ଗୁଣ୍ଡି ସଂରକ୍ଷିତ ଜଙ୍ଗଲରେ ପୁଲିସ- ମାଓବାଦୀ ଗୁଳି ବିନିମୟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡି ସଂରକ୍ଷିତ ଜଙ୍ଗଲ‌ରେ ପୁଲିସ ଏସଓଜି ଯବାନ ଓ ମାଓବାଦୀମାନଙ୍କ ମଧ୍ୟରେ ବୁଧବାର ସନ୍ଧ୍ୟାରେ ଗୁଳି ବିନିମୟ ହୋଇଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି। ସେଠାାରୁ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ସର୍ଚ୍ଚ ଅପରେସନ ବେଳେ ଜଣେ କିମ୍ବା ଦୁଇଜଣ ମାଓବାଦୀ ଆହତ ଥିବା ରକ୍ତଚିହ୍ନରୁ ଜଣାପଡ଼ିଛି ବ‌ୋଲି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।

ପୁଲିସର ସୂଚନା ଅନୁସାରେ, ଗୁଣ୍ଡି ସଂରକ୍ଷିତ ଜଙ୍ଗଲରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏସଓଜି ଯବାନ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେବା ପରେ ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି ସମୟରେ ଏକ ମାଓବାଦୀ କ୍ୟାମ୍ପ ଓ ସେଠାରେ ଥିବା ୨ଟି ଜିଲେଟିନ ଷ୍ଟିକ, ଗୋଟିଏ ଡିଟୋନେଟର, ଗୋଟିଏ ଟିଫିନ ବୋମା, ୭ଟି ଛତା, ୪ପି-ଟୁ ବ୍ୟାଗ, ୨ଟି କ୍ୟାଡରମାନଙ୍କ ପାସ‌ପୋର୍ଟ ଫ‌ଟୋ, ପାଣି ବୋତଲ, ମାଓ ପୁସ୍ତିକା ଓ ବହି, ଚାଉଳ, ଡାଲି ସମେତ ରାସନ ସାମଗ୍ରୀ ଜବତ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର