ମାଲକାନଗିରି: ଆଦିବାସୀମାନେ ଚଳପ୍ରଚଳ କରୁଥିବା ସ୍ଥାନରେ ମାଓବାଦୀ ମୃତ୍ୟୁର ଜାଲ ବିଛାଉଛନ୍ତି। ଆଦିବାସୀଙ୍କଠାରୁ ଏଭଳି ଅଭିଯୋଗ ପାଇବା ପରେ ଛତିଶଗଡ଼-ତେଲେଙ୍ଗାନାର ଭଦ୍ରାଦି ଅଞ୍ଚଳର ପଶୁଗୁଡ଼ା ଜଙ୍ଗଲରେ ପୁଲିସ ସର୍ଚ୍ଚ ଅପରେସନ କରି ୫୮ଟି ସ୍ପାଇକ୍ ହୋଲ୍ ଠାବ କରିଛି। ଏହି ହୋଲ୍ରୁ ୩୩୫୦ଟି ଲୁହା ଥିବା ସ୍ପାଇକ୍ ପୁଲିସ ଜବତ କରିଛି। ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ମୃତ୍ୟୁର ଜାଲ ବିଛାଇଥିବା ଅନୁମାନ କରାଯାଉଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ମୃତ୍ୟୁର ଜାଲ ବିଛାଉଥିବା ବେଳେ ଏଥିରେ ନିରୀହ ଆଦିବାସୀ ବଳି ପଡ଼ୁଛନ୍ତି। ତେଣୁ ସୀମାନ୍ତବର୍ତ୍ତୀ ଅଞ୍ଚଳର ଆଦିବାସୀ ବର୍ତ୍ତମାନ ଜଙ୍ଗଲକୁ ଯାଇପାରୁ ନାହାନ୍ତି।
ସୂଚନା ଅନୁସାରେ, ମାଓବାଦୀଙ୍କ କାର୍ଯ୍ୟକଳାପ ଯୋଗୁ ଛତିଶଗଡ଼ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆଦିବାସୀ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେଲେଙ୍ଗାନା-ଛତିଶଗଡ଼ ଜଙ୍ଗଲରେ ରହୁଥିବା ଆଦିବାସୀମାନେ ଜଙ୍ଗଲକୁ ଗଲେ ମାଓବାଦୀର ଆଖ୍ୟା ଦିଆଯାଉଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରି ଆସୁଛନ୍ତି। ଅନ୍ୟପଟେ ମାଓବାଦୀ ସେମାନଙ୍କ ପ୍ରତି ଭଲ କାମ କରୁଛନ୍ତି ବୋଲି କହି ଆଦିବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ମାଓବାଦୀମାନେ କ୍ଷତି ଘଟାଉଥିବାରୁ ସୀମାନ୍ତ ଅଞ୍ଚଳରେ ଆଦିବାସୀମାନେ ସଜାଗ ରହିବା ଉଚିତ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fhfshsffhs.jpg)