ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଗ୍ରେହାଉଣ୍ଡ ଯବାନଙ୍କ ଏନ୍‌କାଉଣ୍ଟର ପ୍ରତିବାଦରେ ନକ୍ସଲଙ୍କ ବନ୍ଦ ପାଳନ ଆଜି

ମାଲକାମଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଗତ ୨୨ ଓ ୨୩ ତାରିଖରେ ଗ୍ରେହାଉଣ୍ଡ ଯବାନଙ୍କ ଗୁଳିରେ ୫ନକ୍ସଲ ନିହତ ହୋଇଥିଲେ। ଏହାକୁ ମାଓ ସଂଗଠନ ଆନ୍ଧ୍ର-ଓଡ଼ିଶା ବୋର୍ଡର ଜୋନାଲ କମିଟି ନିନ୍ଦା କରିଛି। ଏନ୍‌କାଉଣ୍ଟର ପ୍ରତିବାଦରେ ଆସନ୍ତାକାଲି ଅର୍ଥାତ ୩ ତାରିଖ ଦିନ ବନ୍ଦ ପାଳନ କରିବାକୁ ଡାକରା ଦିଆଯାଇଛି।

ସଚିବ ଗଣେଶ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ବନ୍ଦ ଡାକରା ନେଇ ସୂଚନା ଦେଇଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଓଡ଼ିଶା ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନକ୍ସଲ ବିରୋଧୀ ଅଟନ୍ତି। ଏନ୍‌କାଉଣ୍ଟରରେ ନିରୀହ ଜନତାଙ୍କୁ ହତ୍ୟା କରାଯାଇଛି। ଏଭଳି ଆକ୍ରମଣକୁ ସେ ନିନ୍ଦା କରିଛନ୍ତି। ତେଣୁ ସମସ୍ତ ବୁଦ୍ଧିଜୀବୀ, ଶିକ୍ଷକ, ଡାକ୍ତର, ଗଣମାଧ୍ୟମ, ସଚେତନ ନାଗରିକ ଏହି ଘଟଣାକୁ ନିନ୍ଦା କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର