ପରୀ ହତ୍ୟା ମାମଲା : ନୟାଗଡ଼ ଥାନା ଆଇଆଇସିଙ୍କୁ ନିଲମ୍ବନ ଓ ଏସଡିପିଓଙ୍କୁ ବଦଳି କଲେ ଡିଜି

ଭୁବନେଶ୍ବର : ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଆଜି ନୟାଗଡ଼  ଥାନା ଆଇଆଇସି ରୀତାରାଣୀ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଏସଡିପିଓ ନିରଞ୍ଜନ ସାହୁଙ୍କୁ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି । ଆଇଆଇସି ରୀତାରାଣୀ ପରୀ ମା’ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବା ପରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଏହି ପଦକ୍ଷେପ ନେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା।  ଝିଅକୁ ନ ପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହି ମାସ ୨୩ରେ  ପରୀ ଶବ ଉଦ୍ଧାର ହୋଇଥିଲା।  ଦୀର୍ଘ ୪ ମ‌ାସ ଧରି  ପୁଲିସ ଅନୁସନ୍ଧାନ କରୁଥିବା କହୁଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଫେଲ୍‌ ମାରିଥିଲା। ଅଭିଯୁକ୍ତ ବିଜେଡି ଦଳ ସହ ସଂପୃକ୍ତ ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା  ଅଭିଯୋଗ ଆସିଥିଲା। ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ୨୪ ତାରିଖରେ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି।  ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ବିରୋଧୀ ଦଳ ଗୁରତର ସହକାରେ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର