ଲାଞ୍ଚ ନେଇ ଭିଜିଲାନ୍‌ସ ହାତ‌ରେ ଧରାପଡ଼ିଲେ ନୟ‌ାଗଡ଼ ଏମ୍ଆଇ ବରିଷ୍ଠ କିରାଣି

ନୟାଗଡ଼ : ନୟାଗଡ଼ କ୍ଷୁଦ୍ର ଜଳସେଚନ ବିଭାଜନ (ଏମ୍‌ଆଇ)ର ବରିଷ୍ଠ କିରାଣି ତଥା କ୍ୟାସିୟର ନିଗମାନନ୍ଦ ଭୂଆଁ ଭିଜିଲାନ୍‌ସ ହାତ‌ରେ ଧରାପଡ଼ିଛନ୍ତି। ଶ୍ରୀ ଭୂଆଁ ସ୍ଥାନୀୟ ଇଟାମାଟି ଥାନା ଅଧୀନ ନାଟୁଗାଁର ଠିକାଦାର ଯୁ‌ଗଳ ପରିଡ଼ାଙ୍କଠାରୁ ଏକ ବିଲ୍ ପାସ୍ କରାଇ ଦେବା ନିମନ୍ତେ ୧୩,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ, ଭିଜିଲାନ୍‌ସ ତାଙ୍କୁ ଗିରଫ କରିଛି। ଦୀର୍ଘ ଦିନ ହେବ ଏକ ଚେକ୍‌ ଡ୍ୟାମ୍ ନିର୍ମାଣ ବାବଦକୁ ପାଇବାକୁ ଥିବା ଅର୍ଥ ପ୍ରଦାନ ପାଇଁ ବିଲ୍ ପାସ୍ କରାଇବାକୁ ଶ୍ରୀ ଭୂଆଁ ଟାଲଟୁଳ ନୀତି ଅବଲମ୍ବନ କରୁଥିଲେ। ଏବଂ ଏଥି ନେଇ ସଂପୃକ୍ତ ଠିକାଦାରଙ୍କଠାରୁ ଟଙ୍କା ଦାବି କରୁଥିଲେ। ପୂର୍ବ ଯୋଜନା ମୁତାବକ ଠିକାଦାର ଶ୍ରୀ ପରିଡ଼ା ଭିଜିଲାନ୍‌ସ ବିଭାଗକୁ ଜଣାଇବା ପରେ, ଆଜି ନୟାଗଡ଼ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟରେ କ୍ୟାସିୟର ଶ୍ରୀ ଭୂଆଁ ଲାଞ୍ଚ ଗ୍ରହଣ କରୁଥିବା ବେଳେ, ପୂର୍ବରୁ ଛକି ରହିଥିବା ଭୁବନେଶ୍ବର ଭିଜିଲାନ୍‌ସ ପୁଲିସ ତାଙ୍କୁ ଧରିବା ସହ ଟଙ୍କା ଜବତ୍ କରିଥିଲେ। ଭିଜିଲାନ୍‌ସ ପୁଲିସ ଶ୍ରୀ ଭୂଆଁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର