ନୟାଗଡ଼ : ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍ଡି-୧)ର ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ପୃଷ୍ଟି ଓ ଏସ୍ଡିଓ ଗୋବିନ୍ଦ ଚନ୍ଦ୍ର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଦୁଇ କର୍ମଚାରୀ ଆଜି ନୟାଗଡ଼ସ୍ଥିତ ନିଜ ସରକାରୀ ବାସଭବନରୁ କାର୍ ଯୋେଗ ଭୁବନେଶ୍ବର ଯାଉଥିବା ବେଳେ ନୟାଗଡ଼ ଭିଜିଲନ୍ସ ଟିମ୍ ତାଙ୍କୁ ଅଟକାଇଥିଲେ। ନିର୍ବାହୀ ଯନ୍ତ୍ରୀ ଶ୍ରୀ ପୃଷ୍ଟିଙ୍କ ନିକଟରୁ ୧ ଲକ୍ଷ ୧୯ ହଜାର ୯୦୦ ଟଙ୍କା ଓ ଏସ୍ଡିଓ ଶ୍ରୀ ସାହୁଙ୍କ ନିକଟରୁ ୨୬ ହଜାର ୩୩୦ ଟଙ୍କା ଜବତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ଦୁଇ କର୍ମଚାରୀ ଆଜି ସନ୍ଧ୍ୟାରେ ବିଭିନ୍ନ ଠିକାଦାରଙ୍କଠାରୁ ଏହି ଅର୍ଥ ନେଇ ଭୁବନେଶ୍ବର ଯାଉଥିବା ଭିଜିଲାନ୍ସ ନିକଟରେ ସୂଚନା ପହଞ୍ଚିଥିଲା। ନୟାଗଡ଼ ଭିଜିଲାନ୍ସ ଡିଏସ୍ପି ଶିଶିର କୁମାର ଭୋଇ ଓ ତାଙ୍କ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହି ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ପୃଷ୍ଟିଙ୍କ ଘର ଗଞ୍ଜାମ ଆସ୍କା ଅଞ୍ଚଳରେ ହୋଇଥିବା ବେଳେ, ସାହୁଙ୍କ ଘର କଟକ ଜିଲ୍ଲା କିଶୋର ନଗର ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଭିଜିଲାନ୍ସ ଜାଲରେ ନୟାଗଡ଼ ଆର୍ଡି ନିର୍ବାହୀ ଯନ୍ତ୍ରୀ ଓ ଏସ୍ଡିଓ
/sambad/media/post_attachments/wp-content/uploads/2019/12/naya.jpg)