ଜିଲ୍ଲା ପ୍ରଶାସନର ନିର୍ଦେଶକୁ ବେଖାତିର କରିବା ମହଙ୍ଗା ପଡ଼ିଲା, ୮ ପରିବା ଗୋଦାମ ମାଲିକଙ୍କୁ ଉଠାଇ ନେଲା ପୁଲିସ୍

ନୟାଗଡ଼: କରୋନାକୁ ପ୍ରତିହତ କରିବାକୁ ନୟାଗଡ଼ ଜିଲ୍ଲାପାଳ ଲାଗୁ କରିଥିବା କଟକଣାକୁ ନ ମାନିବା ୮ ଜଣ ପରିବା ବେପାରୀଙ୍କୁ ମହଙ୍ଗା ପଡ଼ିଛି। ପୁଲିସ ୮ ଜଣଙ୍କୁ ଗୋଦାମ ପରିସରରୁ ଉଠାଇ ନେଇଥିବା ବେଳେ ଗୋଟିଏ ଗାଡ଼ିକୁ ଥାନାକୁ ନେଇଛି ।

ମିଳିଥିବା ସୂଚନାନୁସାରେ, କରୋନା କଟକଣା ପାଇଁ ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ପରିବା ଏବଂ ରାସନ ଦୋକାନ ଦିନ ୧୦ଟାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଜିଲ୍ଲାପାଳଙ୍କ ନିର୍ଦେଶକୁ ଅଣଦେଖା କରି ଆଜି ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ପରିସରରେ ରହିଥିବା ପରିବା ଗୋଦାମଗୁଡ଼ିକ ସକାଳୁ ଖୋଲା ଯାଇଥିଲା । ଏହା ପରିସରରେ ଶତାଧିକ ବ୍ୟକ୍ତି ଗଦା ହୋଇ ବ୍ୟବସାୟ କରୁଥିଲେ ।

ନୟାଗଡ଼ ଟାଉନଥାନା ଏସ.ଆଇ ଧର୍ମେନ୍ଦ୍ର ଶିଆଳ ସଦଳବଳେ ଚଢ଼ାଉ କରି ଗୋଦାମ ପରିସରରୁ ୮ ଜଣଙ୍କୁ ଥାନାକୁ ନେଇଥିବା ବେଳେ ଏକ ଏସ୍କଏଲ ଗାଡ଼ିକୁ ଜବତ କରିଛନ୍ତି ।

ସମ୍ବନ୍ଧିତ ଖବର