ଗୃହରକ୍ଷୀଙ୍କୁ ଉଠାଇନେଲା ନୟାଗଡ ପୁଲିସ

ରାଉରକେଲା: ମାଡ଼ପିଟ୍‌ ମାମଲାରେ ରାଉରକେଲା ଗୃହରକ୍ଷୀ ବିଭାଗର ସହକାରୀ କମାଣ୍ଡାଣ୍ଟଙ୍କ ଡ୍ରାଇଭରଙ୍କୁ ଉଠାଇ ନେଇଛନ୍ତି ନଗୟାଗଡ ଖଣ୍ଡପଡା ପୁଲିସ। ମାଡ଼ପିଟ୍‌ ଅବା ଅନ୍ୟ କୌଣସି ଘଟଣାରେ ପଚରାଉଚରା କରିବାକୁ ସହକାରୀ କମାଣ୍ଡାଣ୍ଟଙ୍କ ଡ୍ରାଇଭର (ଗୃହରକ୍ଷୀ)ଙ୍କୁ ନୟାଗଡ ଖଣ୍ଡପଡା ପୁଲିସ ନେଇଥିବା ଉଦିତନଗର ଥାନା ଅଧିକାରୀ କହିଛନ୍ତି। ତଦନ୍ତର ବାଧାଦୃଷ୍ଟିରୁ ଅନ୍ୟ କିଛି କହିବାକୁ ମନାକରି ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ରାଉରକେଲା ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ ସହକାରୀ କମାଣ୍ଡାଣ୍ଟଙ୍କ ଗାଡି  ଚଳାଉଥିଲେ।

କିଛିଦିନ ତଳେ ସେ ବିବାହ ଭୋଜିରେ ଯୋଗଦେବାକୁ ସାଙ୍ଗମାନଙ୍କ ସହ ନୟାଗଡ ଖଣ୍ଡପଡା ଯାଇଥିଲେ। ବିବାହ ପ୍ରୋସେସନରେ କୌଣସି କଥାକୁ କେନ୍ଦ୍ରକରି ଗୃହରକ୍ଷୀ ଓ ତାଙ୍କ ସାଙ୍ଗ ‌ସେଠାରେ କିଛି ଲୋକଙ୍କ ସହ କୁଆଡେ ମାଡ଼ପିଟ୍‌ କରିଥିଲେ। ମାଡ଼ଖାଇିଥବା ଯୁବକମାନେ ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ତେବେ ପୁଲିସ ବିଭାଗରେ ଚାକିରି କରିଥିବା  ଜଣେ ଗୃହରକ୍ଷୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର