ଭୁବନେଶ୍ୱର: ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମଙ୍ଗଳବାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ତତ୍କାଳୀନ ଓଆରଏଚ୍ଡିସି ନିର୍ଦ୍ଦେଶକ ବିନୋଦ କୁମାରଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି। ୨୦୦୦ ମସିହାରେ ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍ଡିସି)ରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ମାମଲାରେ କୋର୍ଟ ଏନ୍ବିଡବ୍ଲୁ ଜାରି କରିଥିବା ଜଣାପଡ଼ିଛି। ଅାର୍ଥିକ ଅନିୟମିତତା ନେଇ ପୂର୍ବରୁ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କ ସମେତ ୬ ଜଣଙ୍କ ନାମରେ କୋର୍ଟରେ ମାମଲା ଚାଲିଥିଲା। ମାତ୍ର ବାରମ୍ବାର ସମନ ପରେ ମଧ୍ୟ ଏହି ଅଧିକାରୀମାନେ ବିଚାର ଲାଗି ଅଦାଲତରେ ହାଜର ହୋଇ ନ ଥିଲେ। ଫଳରେ ସେମାନଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି ଅଦାଲତ। ଏହି ମାମଲାରେ ଜଡ଼ିତ ସଂଜୟ ମହାନ୍ତିଙ୍କୁ କୋର୍ଟ ୯ ବର୍ଷ ଜେଲ ଦଣ୍ଡ ଓ ୭୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି।
ଆଇଏଏସ୍ ଅଫିସରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି
/sambad/media/post_attachments/wp-content/uploads/2018/07/Vigilance-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)