ସ୍ନାତକ ପାଠ୍ୟକ୍ରମରେ ଏନ୍‌ସିସି ସାମିଲ

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରୁ ସ୍ନାତକ(ଯୁକ୍ତ୩)ସ୍ତରରେ ଏନ୍‌ସିସି ପାଠ୍ୟକ୍ରମକୁ ସାମିଲ କରାଯିବ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସ୍ନାତକସ୍ତର ଲାଗି ଜାରି ହୋଇଥିବା ମଡେଲ୍‌ ସିଲାବସ୍‌ ଆଧାରରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସିକୁ ଜେନେରାଲ ଇଲେକ୍ଟିଭ୍‌ ପାଠ୍ୟକ୍ରମ ଭାବେ ଛାତ୍ରଛାତ୍ରୀ ପଢ଼ିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ନିଜ ଏକାଡେମିକ କାଉନସିଲ୍‌ରେ ଏହାକୁ ଅନୁମୋଦନ କରିବା ସହ ଲାଗୁ କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗର ସୂଚନା ଅନୁଯାୟୀ ସ୍ନାତକସ୍ତରରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଏନ୍‌ସିସି ସାମିଲ ହେବ। ଏହାଦ୍ବାରା ଛାତ୍ରଛାତ୍ରୀ ଏନ୍‌ସିସିର ଇତିହାସ, ଗଠନ, କାର୍ଯ୍ୟଶୈଳୀ, ଦାୟିତ୍ବ, ନିଜ କ୍ୟାରିଅରରେ କିଭଳି ସହାୟକ ହୋଇପାରିବ ଆଦି ବିଷୟରେ ଶିକ୍ଷା ପାଇବେ।

ସମ୍ବନ୍ଧିତ ଖବର