ରେଢ଼ାଖୋଲ: ସ୍ଥାନୀୟ ଭୀମ ଭୋଇ କଲେଜରେ ମଙ୍ଗଳବାର ଏନ୍‌ସିସି ୟୁନିଟ୍‌ ଖୋଲିଛି। ଆଜି ଏନ୍‌ସିସି ପଞ୍ଚମ ବାଟାଲିୟନର କମାଣ୍ତିଂ ଅଫିସର କଲୋନେଲ ସି.ସି. ନାଗ ପରିଦର୍ଶନରେ ଆସି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷ ଦିଲୀପ ଦାଶ ସଭାପତିତ୍ବ କରିଥିବା ବେଳେ କଲୋନେଲ ନାଗ ଏନ୍‌ସିସିରେ ଯୋଗ ଦେଲେ ଛାତ୍ରଛାତ୍ରୀଙ୍କ ଶୃଖଂଳା ଜ୍ଞାନ ସହ ବ୍ୟକ୍ତିତ୍ବର ବିକାଶ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ।

Advertisment

କାର୍ଯ୍ୟକ୍ରମରେ ଏନ୍‌ସିସି ଅଫିସର ଅଧ୍ୟାପିକା ପାରିଜାତ ପ୍ରଧାନ, ଅଧ୍ୟାପକ ସୁଶାନ୍ତ କେରକେଟା, ଅଧ୍ୟାପକ ଅକ୍ଷୟ କର, ପ୍ରଧ୍ୟାପକ ଅରୁଣ ଶାସନୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଯୋଗ ଦେଇଥିଲେ। ଛାତ୍ର ଓ ଛାତ୍ରୀଙ୍କ ପାଇଁ ଦୁଇଟି ପୃଥକ ୟନିଟ୍‌ ଖୋଲାଯାଇଛି। ପ୍ରକାଶ ଥାଉ କି ବହୁ ଦିନରୁ ଏନ୍‌ସିସି ଖୋଲିବା ପାଇଁ କଲେଜ ପକ୍ଷରୁ ଦାବି ହୋଇ ଆସୁଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଏହି ୟୁନିଟ ଖୋଲିଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି।