ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ମାମଲାରେ ନୟାଗଡ ଏସ୍.ପିଙ୍କୁ ସମନ କରାଯାଇଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ଏସ୍.ପି ପ୍ରତ୍ୟୁଷ ଦିଓ୍ଵାକରଙ୍କୁ ନୋଟିସ୍ ଜାରି କରାଯାଇଛି । ଏହି ସମନ କରାଯିବା ପରେ ଏନସିପିସିଆରକୁ କୃତଜ୍ଞତା ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ।
The @NCPCR_ summons the District Magistrate of Nayagardh in Odisha regarding the brutal murder of a 5 years old Pari.
I thank the commission for taking into consideration our demands #JusticeForPari pic.twitter.com/2s6DsG382N— Sambit Patra (@sambitswaraj) December 4, 2020
ନୟାଗଡର ଯଦୁପୁରର ୪ ବର୍ଷର ଶିଶୁ କନ୍ୟା ଅମ୍ରିତାସ୍ନେହା ସାହୁ ଓରଫ୍ ପରୀ ହଠାତ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି କରି ଥାନାରେ ଏତଲା ଦେଇଥିଲେ। ଘଟଣାର କିଛିଦିନ ପରେ ତା’ର ଗଳିତ ମୃତଦେହକୁ ଘର ପଛପଟେ ଏକ ଅଖାବସ୍ତାରେ ବାନ୍ଧି ପକାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ପରିବାର ଲୋକେ ପୁଲିସକୁ ଜଣାଇବା ସହ ଥାନାକୁ ଦୌଡି ଦୌଡି ନୟାନ୍ତ ହେବା ପରେ ବି କିଛି ଠୋସ ପଦକ୍ଷେପ ନେଇ ନଥିଲା ପୁଲିସ । ପରୀ ମୃତ୍ୟୁର ୪ ମାସ ପରେ ପୁଲିସ ଠାରୁ ସହାୟତା ନପାଇ ଶେଷରେ ଚଳିତ ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ପରୀର ବାପା ଓ ମା’ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ପ୍ରୟାସ କରୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା ।
ପରୀ ହତ୍ୟାକାରୀଙ୍କୁ ଧରିବା ଦାବିରେ ତା’ର ବାପା, ମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ଏବଂ ମାମଲାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନାମ ଯୋଡ଼ିହେବା ପରେ ଘଟଣାକୁ ଗୁରୁତର ସହ ବିରୋଧୀ ଦଳ ଗ୍ରହଣ କରିଥିଲେ। ଏହାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରିଥିଲେ। ମାତ୍ର ବିରୋଧୀ ଦଳ ପକ୍ଷରୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ ଓ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।