ଏନ୍‌ସିପିସିଆର ରିପୋର୍ଟ: ଓଡ଼ିଶାର ବିଭିନ୍ନ ସେଲଟର ହୋମ୍‌ରେ ଚାଲିଛି ଧର୍ମାନ୍ତରୀକରଣ!

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସେଲଟର ହୋମ୍‌ରେ ଧର୍ମାନ୍ତରୀକରଣ ଚାଲିଥିବା ନେଇ ଏନ୍‌ସିପିସିଆର (ନ୍ୟାସନାଲ କମିସନ୍‌ ଫର୍‌ ପ୍ରୋଟେକସନ୍‌ ଅଫ୍‌ ଚାଇଲ୍ଡ ରାଇଟ୍‌) ସନ୍ଦେହ କରିଛି। ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, କିଛି ସେଲ୍‌ଟର ହୋମ୍‌ରେ ଏଭଳି ଗତିବିଧି ଅନୁମାନ କରାଯାଇଛି। ରାଜ୍ୟର ୧୯ଟି ଜିଲ୍ଲାର ୫୦ ସେଲଟର ହୋମକୁ ଏନସିପିସିଆର ଗସ୍ତ କରିବା ପରେ କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରାଳୟ ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି।

ସଂସ୍ଥା କିଛି ସେଲଟର ହୋମ୍‌ରେ ନିଦ୍ଦିଷ୍ଟ ଧର୍ମପୁସ୍ତକ ମିଳିଥିବା କହିଛି। ଗାଇଡଲାଇନ୍‌ ଅନୁଯାୟୀ ୨୮ଟି ସେଲଟର ହୋମ୍‌ରେ ସର୍ବନିମ୍ନ ବ୍ୟବସ୍ଥା ନାହିଁ। ରାଜ୍ୟ ସରକାରଙ୍କ ମନିଟରିଂ ସଷ୍ଟମ ଠିକ ଭାବରେ କାମ କରୁ ନଥିବା ଏନସିପିସିଆର କହିଛି। ସୂଚନାଯୋଗ୍ୟ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକରି ସେଲଟର ହୋମ୍‌ରେ ନିର୍ଯ୍ୟାତନା ଘଟଣା ଲୋକଲୋଚନକୁ ଆସିବା ପରେ ଏନସିପିସିଆର ରାଜ୍ୟରେ ସେଲଟର ହୋମ୍‌ ଗୁଡ଼ିକ କିପରି ପରିଚାଳିତ ହେଉଛି ସେ ନେଇ ତଦନ୍ତ କରୁଥିଲା।

ସମ୍ବନ୍ଧିତ ଖବର