ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ ତିନୋଟି ମେଟ୍ରୋ ସହରକୁ ବିମାନ ଚଳାଚଳ ଆରମ୍ଭ ହେବ।

Advertisment

ତେବେ ଏହି ବିମାନ ଚାଳଚଳ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ତିନିଟି ମେଟ୍ରୋ ସହର ନୂଆଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ଅଧିକ ସଂଖ୍ୟକ ବିମାନ ଉଡ଼ାଣ ଆରମ୍ଭ କରିବ। ରାଜଧାନୀରୁ ତିନିଟି ମେଟ୍ରୋ ସହରକୁ ଅଧିକ ସଂଖ୍ୟକ ବିମାନ ଯାତ୍ରା କରିବା ଯାତ୍ରୀମାନଙ୍କ ପାଇଁ  ଖୁସି ଖବର ଅଟେ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ଏହି ବିମାନ ସଂଖ୍ୟା ଅଧିକ ହେଲେ ଭାରତର ପୂର୍ବ ଭାଗରୁ ଦେଶର ଅନ୍ୟ ସ୍ଥାନକୁ ଯିବା ପାଇଁ ଯାତ୍ରୀମାନଙ୍କ ପାଇଁ ଯାତାୟାତ ସୁଗମ ହେବା ସହ ସମୟ ବି କମ୍‌ ଲାଗିବ।

ଉଲ୍ଲେଖଯୋଗ୍ୟ, କୋଭିଡ-୧୯ ମହାମାରୀ ହେତୁ ଚାରି ମାସରୁ ଅଧିକ ସମୟ ହେବ ନିୟମ ବିମାନ ସେବା ସ୍ଥଗିତ ରହିଛି। ଏଥିପାଇଁ ଯାତ୍ରୀଙ୍କୁ ଅନେକ ହନ୍ତସନ୍ତ ହେବାକୁ ପଡ଼ିଛି। ତେବେ ପୁଣି ଥରେ କେବେ ରାଜଧାନୀରୁ ନିୟମିତ ବିମାନ ସେବା ଆରମ୍ଭ ହେବ ଯାତ୍ରୀ ସେହି ଅପେକ୍ଷା କରି ରହିଥିଲା ବେଳେ ତିନିଟି ମେଟ୍ରୋକୁ ବିମାନ ସେବା ଆରମ୍ଭ ହେବା ୭୪ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଯାତ୍ରୀଙ୍କୁ ଏକ ଉପହାର ବୋଲି କୁହାଯାଉଛି।