କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନ୍‌ଡିଏ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର : ନରଣପୁରସ୍ଥିତ କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନ୍‌ଡିଏ ପ୍ରଶିକ୍ଷଣ ଶିବିର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଶାସନିକ ନିର୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କର୍ଣ୍ଣେଲ ଏସ୍‌ ଏନ୍‌ ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତିରକ୍ଷା ସମ୍ବନ୍ଧୀୟ ସୂଚନା‌ ପ୍ରଦାନ ସହ ଭବିଷ୍ୟତରେ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ ଦେଇଥିଲେ। କେଏମ୍‌ବିବି ଅଧ୍ୟକ୍ଷ ବିଜୁନି ଚରଣ ସୂତାର ଧନ୍ୟବାଦ ଦେଇଥିଲେ। ଇଂରାଜୀ ବିଭାଗ ଅଧ୍ୟାପିକା ମୋନାଲିସା ନାୟକ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର