୫ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତରେ ଜାତୀୟ ପ୍ରତିରକ୍ଷା କଲେଜ୍ ପ୍ରତିନିଧି
ଏୟାର୍ ଭାଇସ୍ ମାର୍ଶାଲ ବି.ଭି. ଉପାଧ୍ୟାୟଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଟିମ୍
ଭୁବନେଶ୍ବର : ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଓ ତ୍ବରିତ୍ ଜନସେବା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ୫'ଟି' ଓ 'ମୋ ସରକାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛି ନୂଆଦିଲ୍ଲୀ ସ୍ଥିତ ଜାତୀୟ ପ୍ରତିରକ୍ଷା କଲେଜ୍। ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଚିତ୍ର, ପ୍ରଶାସନିକ ବ୍ୟବସ୍ଥା ଏବଂ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଏୟାର ଭାଇସ୍ ମାର୍ଶାଲ୍ ବି.ଭି ଉପାଧ୍ୟାୟଙ୍କ ନେତୃତ୍ବରେ ଏକ ୧୪ ଜଣିଆ ପ୍ରତିନିଧି ମଣ୍ଡଳୀ ୫ ଦିନିଆ ଗସ୍ତରେ ଆସିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଲୋକଙ୍କୁ ତ୍ବରିତ୍ ସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ସଂସ୍କାରକୁ ଭୂୟସୀ ପ୍ରଶଂସା କରିଛନ୍ତି। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ଏହି ଟିମ୍ ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଗସ୍ତ କରି ଅନୁଧ୍ୟାନ କରିବ।
ପ୍ରତିନିଧି ମଣ୍ଡଳୀରେ ୪ ଜଣ ବାହାର ଦେଶର ଅଧିକାରୀ ଥିବାବେଳେ ୨ ଜଣ ମହିଳା ଅଧିକାରୀ ସାମିଲ ଅଛନ୍ତି। ଦୁଣ ଜଣ ମହିଳା ଅଧିକାରୀଙ୍କ ଭିତରୁ ଜଣେ ଆଇପିଏସ୍ ଓ ଅନ୍ୟଜଣେ ଆଇଆର୍ଏସ୍ ସେବା ବର୍ଗ ଅଧିକାରୀ ଅଛନ୍ତି। ଜାତୀୟ ପ୍ରତିରକ୍ଷା କଲେଜ୍ ଭାରତୀୟ ସେନା ଓ ପ୍ରାଶାସନିକ ସେବା କ୍ଷେତ୍ରରେ ସର୍ବୋଚ୍ଚ ଶିକ୍ଷା ଓ ତାଲିମ୍ ପ୍ରତିଷ୍ଠାନ। ଯେଉଁଠି ଆମେରିକା, ଇଉରୋପ୍, ଶ୍ରୀଲଙ୍କା, ନେପାଳ , ୟୁଏଇ ଓ ଅନ୍ୟ ବନ୍ଧୁ ରାଷ୍ଟ୍ରମାନଙ୍କର ଅଧିକାରୀମାନେ ଏଠାରେ ଶିକ୍ଷା ଗ୍ରହଣ କରିଥାନ୍ତି।