ଯାଜପୁରସଦର : ଯାଜପୁର ଟାଉନ ଥାନା କଲେଜ ଛକରୁ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ସୁନାହାର ଝାମ୍ପି ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ଲୁଟ୍ର ଶିକାର ହୋଇଛନ୍ତି ବାଣପୁର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ କୁମୁଦିନୀ ସାହୁ। କିଛି କାମରେ ସେ କଲେଜ ଛକକୁ ଆସିଥିଲେ।
ପୂର୍ବରୁ ପ୍ରସ୍ତୁତ ଥିବା ଲୁଟେରା ହଠାତ ତାଙ୍କ ଗଳାରୁ ସୁନା ଚେନକୁ ଝାମ୍ପି ନେଇଥିଲେ। କଳା ପଲସରରେ ଥିବା ଦୁଇ ଚୋରଙ୍କୁ ଧରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଭିଡ଼ ମଧ୍ୟରେ ଦୁହେଁ ଫେରାର ହୋଇ ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।