ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି: ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟରେ ଏବେ କରୋନାର ସ୍ଥିତି ନିୟନ୍ତ୍ରଣରେ ଅଛି। ତେଣୁ ଦିନ କର୍ଫ୍ୟୁର ଆବଶ୍ୟକତା ନାହିଁ। ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏବେ କୋଭିଡ ସ୍ଥିିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କ ନିକଟରେ ଅପିଲ କରୁଛି। ସ୍ଥିତି ଦେଖି ଦିନ/କର୍ଫ୍ୟୁ ନିଷ୍ପତ୍ତି ନିଆଯାଇପାରେ ବୋଲି ପୂର୍ବରୁ ବାଚସ୍ପତି କହିଥିଲେ।

ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ସୁନ୍ଦରଗଡର ଦୈନିକ ବଜାରରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବଜାରରେ ଲାଗିଥିବା ଭିଡ ଭିତରେ ନା ଅଛି ସାମାଜିକ ଦୂରତା ରହିଛି ନା କେହି ମାସ୍କ ପିନ୍ଧିଛନ୍ତି । କାହାର ବି କରୋନା ସଂକ୍ରମଣକୁ ଖାତିର ନାହିଁ । କେବଳ ସୁନ୍ଦରଗଡ ନୁହେଁ, ନବରଙ୍ଗପୁରରେ ମଧ୍ୟ ସେହି ସମାନ ଅବସ୍ଥା । ହେଲେ ଏଠାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ଜରିମାନା ଆଦାୟ କରିଛି ନବରଙ୍ଗପୁର ପୁଲିସ ।

ଗୋଟିଏ ପଟେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡିଶାକୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେଉଛି । ଏହି ୧୦ଟି ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ, ଝାରସୁଗୁଡା, ସଂବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି । ପ୍ରାୟ ସମସ୍ତ ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗିଛି।

ସମ୍ବନ୍ଧିତ ଖବର