କନ୍ଧମାଳ: ଜୀବନ ଓ ମୃତ୍ୟୁ ଭିତରେ ରହିଛି ୪ମାସ । ଇଞ୍ଜେକସନ ନମିିଳିଲେ ଆସନ୍ତା ୪ମାସ ଭିତରେ ଆଖି ବୁଜିଦେଇପାରନ୍ତି ଫୁଲବାଣୀର କୁନି ପୁଅ ରାଜବୀର ରଣା । ତାଙ୍କର ଜୀବନ ବଞ୍ଚାଇବା ପାଇଁ ଜୋଲ-ଗେନ୍ସମା ଇଞ୍ଜେକସନ ଆବଶ୍ୟକ ରହିଛି । ଆଉ ଏହି ଇଞ୍ଜେକସନ କିଣିବା ପାଇଁ ଆବଶ୍ୟକ ରହିଛି ୧୬କୋଟି ଟଙ୍କା ।
ତେବେ ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ମିଳୁଥିଲେ ବି ୧୬କୋଟି ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇପଡୁଛି । ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜବୀରଙ୍କ ବାପା , ମାଆ ନିବେଦନ କରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ କିନ୍ତୁ ବିମାନରୁ ବାହାରିବା ପରେ ରାଜବୀର ଶ୍ୱାସରୁଦ୍ଧ ହେବା ଯୋଗୁଁ ବିମାନ ବନ୍ଦର ବାହାରେ ତାଙ୍କୁ ଅକ୍ସିଜେନ ଦିଆଯାଇଛି ।
ବିମାନବନ୍ଦରରେ ରାଜବୀରଙ୍କ ସ୍ୱାସ୍ଥାବସ୍ଥା ଟିକିଏ ସୁଧୁରିବା ପରେ ନବୀନ ନିବାସ ଯାଉଛନ୍ତି ଉଭୟ ବାପା ଓ ମାଆ । ପୁଅର ଜୀବନ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବେ ବୋଲି କହିଛନ୍ତି ରାଜବୀରଙ୍କ ବାପା । ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ମୁଖ୍ୟମନ୍ତ୍ରୀ ଚାହାନ୍ତି ତାହେଲେ ମୋ ପୁଅ ବଞ୍ଚିଯିବ ।
ସେପଟେ ବିମାନନ୍ଦରରେ ରାଜବୀରଙ୍କୁ କୋଳରେ ଧରି ଆଖିରୁ ଲୁହ ଗଡାଉଛନ୍ତି ମାଆ । କାହିଁକି ନା ପୁଅ ରାଜବୀରଙ୍କୁ ବହୁତ କଷ୍ଟ ହେଉଛି । ପୁଅର କଷ୍ଟ ଦେଖିନପାରି ମାଆ ଆଖିରୁ ବି ଲୁହ ବହିପଡୁଛି । ତେବେ ଯଦି ମୁଖ୍ୟମନ୍ତ୍ରୀ ରାଜବୀରଙ୍କୁ ସହାୟତାର ହାତ ବଢାଇବେ ତା’ହେଲେ ତ’ର ଜୀବନ ବଞ୍ଚିଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Screen-Shot-2021-11-29-at-3.50.16-PM-750x430-1.png)