ନୀଳାଚଳ ଏକ୍ସପ୍ରେସ୍‌ ବାତିଲ୍‌

ଭୁବନେଶ୍ୱର : ଉତ୍ତର ରେଳପଥର ଲକ୍ଷ୍ମୌ ରେଳ ମଣ୍ଡଳ ଅନ୍ତର୍ଗତ ବାରଣାସୀ ଓ ଜଘାଂଇ ରେଳ ସେକ୍ସନ ମଧ୍ୟରେ ଜଘାଂଇ ଓ ସୂରିଓ୍ଵା ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣର କାର୍ଯ୍ୟକ୍ଷମ ତଥା ଆଧୁନିକୀକରଣ କାର୍ଯ୍ୟ କାରଣରୁ ପୁରୀରୁ ଛାଡ଼ୁଥିବା ନୀଳାଚଳ ଏକ୍ସପ୍ରେସ୍‌ ଦିନକ ପାଇଁ ପରିବର୍ତ୍ତିତ ମାର୍ଗରେ ଯାତ୍ରା କରିବ। ଚଳିତ ମାସ ୨୯ ତାରିଖରେ ଏହି ଟ୍ରେନ୍‌ ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ବାରଣାସୀ-ସୂଲତାନପୁର-ଲକ୍ଷ୍ନୌ ମାର୍ଗ ଦେଇ ଦିଲ୍ଲୀ ଯାତ୍ରା କରିବ। ସେହିପରି ଜୁନ୍‌ ପହିଲା (ଶୁକ୍ରବାର)ରେ ପୁରୀରୁ ଏବଂ ୩ରେ ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ନୀଳାଚଳ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର