ଗୋଟିଏ ଦିନ ପାଇଁ ନୀଳାଚଳ ଏକ୍ସପ୍ରେସ ବାତିଲ୍‌

ଭୁବନେଶ୍ୱର : ଉତ୍ତର ରେଳପଥର ଲକ୍ଷ୍ମୌ ରେଳ ମଣ୍ଡଳ ଅନ୍ତର୍ଗତ ଜଘାଂଇ ରେଳ ସେକ୍ସନ ମଧ୍ୟରେ ଜଘାଂଇ ଓ ବାରାଣାସୀ ସୂରିଓ୍ଵା ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣର କାର୍ଯ୍ୟକ୍ଷମ ତଥା ଆଧୁନିକୀକରଣ କାର୍ଯ୍ୟ କାରଣରୁ ନୀଳାଚଳ ଏକ୍ସପ୍ରେସ୍‌କୁ ଦିନକ ପାଇଁ ବାତିଲ କରାଯାଇଛି। ଏଥିପାଇଁ କିଛି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେନେଇ ରେଳବାଇ ଦୁଃଖ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ଜୁନ୍‌ ପହିଲା ଅର୍ଥାତ୍‌ ଶୁକ୍ରାବର ପୁରୀରୁ ଯିବାକୁ ଥିବା ୧୨୮୭୫ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସରକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି। ସେହିପରି ଜୁନ୍‌ ୩ ଅର୍ଥାତ୍‌ ରବିବାର ଦିଲ୍ଲୀରୁ ଆସିବାର ଥିବା ୧୨୮୭୬ ନୂଆଦିଲ୍ଲୀ-ପୁରୀ ନୀଳାଚଳ ଏକ୍ସପ୍ରେସ୍‌କୁ ମଧ୍ୟ ବାତିଲ କରାଯାଇଥିବା ନେଇ ପୂର୍ବତଟ ରେଳ ପକ୍ଷରୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି। ଏନେଇ ରବିବାର ଦିଲ୍ଲୀରୁ କିମ୍ବା ଶୁକ୍ରବାର ପୁରୀରୁ ନୀଳାଚଳ ଏକ୍ସପ୍ରେସ ଯୋଗେ ଯାତ୍ରା କରିଥିବାର ଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଏନେଇ ଆଗୁଆ ଯାତ୍ରୀଙ୍କୁ ସୂଚନା ଜାରି କରି ଦିଆଯାଇଛି।

ସମ୍ବନ୍ଧିତ ଖବର