ତିହିଡି : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ପୁତୁରା ଡାକ୍ତର ବିଷ୍ଣୁମୋହନ ରାଉତରାୟଙ୍କର ଆଜି ଭୁବନେଶ୍ବରଠାରେ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲା।
ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ବଡ଼ଭାଇ ଆନନ୍ଦ ପ୍ରସାଦ ରାଉତରାୟଙ୍କ ପୁଅ ବିଷ୍ଣୁମୋହନ କଟକ ଏସ୍ସିବିରୁ ଡାକ୍ତରୀ ପାସ କରିବା ପରେ କୋଲକାତାରେ ଇଏନ୍ଟିରେ ପିଜି କରି ସ୍କଟ୍ଲାଣ୍ତ ଚାଲି ଯାଇଥିଲେ। ସେଠାରେ ଦୀର୍ଘବର୍ଷ ଡାକ୍ତର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ପରିବାର ସହ ସେ ଗତ ଡିସେମ୍ବର ମାସରେ ଓଡ଼ିଶା ଆସିଥିଲେ। ତାଙ୍କ ପତ୍ନୀ ରଶ୍ମି ରାଉତରାୟ ଫେବ୍ରୁଆରି ମାସରେ ସ୍କଟ୍ଲାଣ୍ଡ ଫେରି ଯାଇଥିବା ବେଳେ ଶ୍ରୀ ରାଉତରାୟ ଏପ୍ରିଲ ୨ ତାରିଖରେ ଫେରିବାକୁ ଟିକେଟ କରିଥିଲେ। କିନ୍ତୁ କରୋନାରେ ଆକ୍ରାନ୍ତ ହେବା ପରେ ମାସେ କାଳ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କ ଦେହାନ୍ତ ଖବର ଶୁଣି ସ୍କଟ୍ଲାଣ୍ଡରେ ରହୁଥିବା ତାଙ୍କ ପତ୍ନୀ ରଶ୍ମି, ପୁଅ ରାଜୀବ ଓ ଝିଅ ସୋନାଲି ଦୁଃଖରେ ଭାଙ୍ଗି ପଡିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/nalamani-putura.jpg)