‘ନିଟ୍‌-୨୦୨୧’ ଫଳାଫଳ ପ୍ରକାଶିତ: ‘ବିରାଟ’ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

ସମ୍ବଲପୁର: ଚଳିତ ଶିକ୍ଷାବର୍ଷରେ ସର୍ବଭାରତୀୟ ‘ନିଟ୍‌-୨୦୨୧’ ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସମ୍ବଲପୁରର ‘ବିରାଟ୍‌’ ଶିକ୍ଷାନୁଷ୍ଠାନରୁ ୨୨ ଜଣ ଛାତ୍ରଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ସେମନେ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ସିଟ୍‌ ପାଇବାର ସମ୍ଭାବନା ରଖିଛନ୍ତି।

ଏ ବର୍ଷ ‘ନିଟ୍‌-୨୦୨୧’ ଫଳାଫଳରେ  ୬୬୫ ନମ୍ବର ସହ ବିଜୟିନୀ ମହାପାତ୍ର ‘ବିରାଟ୍‌’ ଟପ୍ପର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ‘ବିରାଟ୍‌’ ଅଧ୍ୟକ୍ଷ ରାହୁଲ୍‌ ରାଜ୍‌ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ଅଭିନନ୍ଦନ ଜଣାଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ଓ ଅଧ୍ୟାପକଙ୍କ ନିଷ୍ଠାକୁ ସଫଳତାର ଶ୍ରେୟ ଦେଇଛନ୍ତି।

ଏ ବର୍ଷ ନିଟ୍‌, ଜେଇଇ, ଓୟୁଏଟି, ଆଇଜର୍‌, ନାଇଜର୍‌ ପ୍ରସ୍ତୁତି ପାଇଁ ଯୁକ୍ତ ଦୁଇ ପାସ୍‌ ଛାତ୍ରଛାତ୍ରୀଙ୍କ ଲାଗି ଟାର୍ଗେଟ୍‌ ବ୍ୟାଚ୍‌ର ଶେଷ ପର୍ଯ୍ୟାୟ ଆଡମିସନ ସୂଚନା ମଧ୍ୟ ‘ବିରାଟ୍‌’ ତରଫରୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର