ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ନିଟ୍‌ ପାଇଁ ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ନିଟ୍‌ ପ୍ରବେଶିକା ପରୀକ୍ଷାର ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଡିସେମ୍ବର ୩୧ ରାତି ୧୧ଟା ୫୦ ଆବେଦନର ଶେଷ ତାରିଖ ଥିଲା। ଏବେ ତାହାକୁ ଜାନୁଆରି ୬ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ୱେବସାଇଟ୍‌ରେ ଆବେଦନକାରୀଙ୍କ ସ˚ଖ୍ୟା ଅଧିକ ରହିବାରୁ ତାହାର ଜାମ ରହୁଛି। ଫଳରେ ଛାତ୍ରଛାତ୍ରୀ ଆବଦେନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଅନୁରୋଧ କରିବା ପରେ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ୍‌ ଟେଷ୍ଟି˚ ଏଜେନ୍ସି(ଏନ୍‌ଟିଏ) ଆବେଦନ ସମୟ ସୀମାକୁ ବୃଦ୍ଧି କରିଛନ୍ତି।

ଅନ୍ୟପ‌କ୍ଷରେ ଅନଲାଇନ୍‌ ଆବେଦନ ଫର୍ମରେ ଥିବା କୌଣସି ତ୍ରୁଟିର ସ˚ଶୋଧନ ପାଇଁ ପୂର୍ବ ନିର୍ଦ୍ଧାରିତ ତାରିଖ ଅପରିବର୍ତ୍ତିତ ରହିଛି। ଜାନୁଆରି ୧୫ରୁ ୩୧ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଅନଲାଇନ୍‌ରେ ତ୍ରୁଟି ସ˚ଶୋଧନ କରାଯାଇପାରିବ। ଏହାବ୍ୟତୀତ କାଶ୍ମୀର ଉପତ୍ୟକା, ଲେହ ଓ କାରଗିଲ୍‌ର ଛାତ୍ରଛାତ୍ରୀ ସେମାନଙ୍କ ଆବେଦନ ଅଫ୍‌ଲାଇନ୍‌ରେ କରିବେ ଏବଂ ଏନ୍‌ଟିଏ ପକ୍ଷରୁ କରାଯାଇଥିବା ନୋଡାଲ୍‌ ସେଣ୍ଟରଗୁଡ଼ିକରେ ଦାଖଲ କରିପାରିବେ। ଆଶାୟୀ ଛାତ୍ରଛାତ୍ରୀ ଏସମ୍ପର୍କରେ ଏନଟିଏ ୱେବସାଇଟ୍‌ରୁ ସବିଶେଷ ତଥ୍ୟ ପାଇପାରିବେ।

ସମ୍ବନ୍ଧିତ ଖବର