ନିଟ୍‌ ପରୀକ୍ଷା ସ୍ଥଗିତ ନେଇ ଗୁଜବ: ସ୍ପଷ୍ଟ କଲା ଏନ୍‌ଟିଏ

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ‘ନିଟ୍‌’ ସ୍ଥଗିତ ହେବା ନେଇ ଜୁନ ୧୫ ତାରିଖରେ ଏକ ଭିତ୍ତିହୀନ ବିଜ୍ଞପ୍ତି ସୋସିଆଲ ମିଡିଆରେ ବୁଲୁଥିବା ଜାତୀୟ ପରୀକ୍ଷା ସଂସ୍ଥା(ଏନଟିଏ)ର ନଜରକୁ ଆସିଛି। ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ଏନ୍‌ଟିଏ ଏଭଳି ଗୁଜବର ଉତ୍ସକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି। ଏପରି ଜନବିରୋଧୀ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକଙ୍କ ଅବଗତି ନିମନ୍ତେ ଏନ୍‌ଟିଏ କହିଛି ଯେ ଏପରି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏନଟିଏ କିମ୍ବା ଏଥିସହ ସଂଶ୍ଳିଷ୍ଟ କୌଣସି ସଂସ୍ଥା ଦ୍ଵାରା ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଜନସାଧାରଣ ଏଭଳି କୌଣସି ବିଭ୍ରାନ୍ତିକର ତଥ୍ୟର ବଶବର୍ତ୍ତୀ ନହୋଇ ଏନଟିଏର ବିଭାଗୀୟ ୱେବସାଇଟ୍‌ ‘www.nta.ac.in କିମ୍ବା www.ntaneet.nic.in’ ରେ ଲଗଅନ୍‌ କରି ସଠିକ ତଥ୍ୟ ହାସଲ କରନ୍ତୁ। ମେ’ ୧୧ରେ ଏନଟିଏ ପକ୍ଷରୁ ଦିଆଯାଇଥିବା ସର୍ବଶେଷ ତଥ୍ୟ ଏନଟିଏ ୱେବସାଇଟରେ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର