ଭୁବନେଶ୍ୱର : ‘ନିଟ୍’ରେ ବାଜିମାତ୍ କରିଛନ୍ତି ‘ଆଇନିଟ୍’ର ଛାତ୍ରଛାତ୍ରୀ। ଚଳିତବର୍ଷ ଏଠାରୁ ପରୀକ୍ଷା ଦେଇଥିବା ୩୧୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୩ ଜଣ ଭଲ ର୍ୟାଙ୍କ ରଖି ମେଡିକାଲ କଲେଜରେ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଛାତ୍ର ରାମେଶ୍ୱର ହୋତା ୭୨୦ରୁ ୬୨୧ ମାର୍କ ରଖି ସର୍ବଭାରତୀୟସ୍ତରରେ ୬୧୮ତମ ର୍ୟାଙ୍କ ହାସଲ କରିଛନ୍ତି। ସେହିପରି ଛାତ୍ର ବିକାଶ ମେହେର ୬୦୩ ନମ୍ବର ରଖି ୧୩୬୯ତମ ର୍ୟାଙ୍କରେ ଥିବା ବେଳେ ସ୍ୱରୂପ ସ୍ୱାଇଁ ୨୧୧୨, ପ୍ରବୀଣ କୁମାର ବଡ଼ଜେନା ୨୬୦୩, ସୁମନ ମହାପାତ୍ର ୨୬୨୦ତମ ର୍ୟାଙ୍କ ହାସଲ କରିଛନ୍ତି। ‘ଆଇନିଟ୍’ର ଏଭଳି ସଫଳତା ପରେ ଶିକ୍ଷାନୁଷ୍ଠାନର ଖୁସିର ଲହରି ଖେଳିଯାଇଛି। ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ସାଙ୍ଗକୁ ଶିକ୍ଷକଙ୍କ ପରାମର୍ଶ ସଫଳତା ହାସଲ ଦିଗରେ ବେଶ ସହାୟକ ହୋଇଛି। ‘ଆଇନିଟ୍’ର ମୁଖ୍ୟ ମନୋଜ ସିଂ କହିଛନ୍ତି ଯେ ଗତବର୍ଷ ତୁଳନାରେ ଏଥର ଭଲ ରେଜଲ୍ଟ ହୋଇଛି। ଗରିବ ଓ ଚାଷୀ ପିଲାଙ୍କ ଲାଗି ସ୍କଲାରସିପ୍ ବ୍ୟବସ୍ଥା ରହିଛି।
‘ନିଟ୍’ରେ ‘ଆଇନିଟ୍’ ଛାତ୍ରଛାତ୍ରୀଙ୍କ ବାଜିମାତ୍
/sambad/media/post_attachments/wp-content/uploads/2018/06/stu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)