ଆସନ୍ତାକାଲି ଓଡିଶାରେ ହେବାକୁ ଥିବା ନିଟ୍ ପରୀକ୍ଷା ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ
ଭୁବନେଶ୍ୱର : ଫନି ପାଇଁ ନିଟ ପରୀକ୍ଷା ସ୍ଥଗିତ । ଆସନ୍ତାକାଲି ଓଡିଶାରେ ହେବାକୁ ଥିବା ନିଟ୍ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରାଯାଇଛି । ଫନି ଯୋଗୁଁ ରାଜ୍ୟରେ ବହୁ ଧନଜୀବନ ନଷ୍ଟ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ଫନି ତାଣ୍ଡବ ରଚିବା ପରେ ପୁରୀ ସମେତ ଭୁବନେଶ୍ୱର,କଟକ,ଜଗତସିଂହପୁର,କେନ୍ଦ୍ରାପଡାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରିକି କିଛି ସ୍ଥାନରେ ରାସ୍ତା ଉପରେ ଗଛ ପଡି ରହିଥିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ମଧ୍ୟ ହୋଇଛି । ଏହାଛଡା ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିବାରୁ ପୁରୀ ଓ ଭୁବନେଶ୍ୱର ଗତ ୨ ଦିନ ହେବ ପୂରା ଅନ୍ଧାରରେ ରହିଛି । ଏଭଳି ସ୍ଥିତିରେ ନିଟ୍ ପରୀକ୍ଷା ଆୟୋଜନ କରିବା ସମ୍ପୂର୍ଣ୍ଣ ଭାବେ କଷ୍ଟକର ବ୍ୟାପାର ।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ସ୍ଥିତିରେ ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରାଳୟ ସଚିବ ଆର. ସୁବ୍ରମଣ୍ୟମ୍ କହିଛନ୍ତି। ଓଡ଼ିଶାରେ ପୁଣି କେବେ ପରୀକ୍ଷା ହେବ ସେ ନେଇ ଖୁବଶୀଘ୍ର ଘୋଷଣା ହେବ ବୋଲି ସେ କହିଛନ୍ତି। ଯାହା ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି । କାରଣ ଅଧିକାଂଶ ଛାତ୍ରଙ୍କର ସେଣ୍ଟର ଭୁବନେଶ୍ୱର ହୋଇଥିବାରୁ ନିଟ୍ ପରୀକ୍ଷାକୁ ନେଇ ଆଶଙ୍କା ଦେଖାଦେଇଥିଲା ।