ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମର ଏମ୍ବି ବିଏସ୍/ବିଡିଏସ୍/ ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ୫ତାରିଖରେ ଅନୁଷ୍ଠିତ ହେବାକୁଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ଆଗାମୀ ମଇ ୨୦ ତାରିଖରେ ହେବ ବୋଲି ଜଣାଯାଇଛି।
ରାଜ୍ୟରେ ସଂଘଠିତ ଭୟାବହ ସାମୁଦ୍ରିକ ବାତ୍ୟା ଫନିର ପ୍ରଭାବରେ ଓଡ଼ିଶାରେ ଏହି ପ୍ରବେଶିକା ପରୀକ୍ଷାକୁ ବାତିଲ ରଖାଯାଇଥିଲା। ମାତ୍ର ଏବେ ଆଗାମୀ ମଇ ୨୦ ତାରିଖରେ ହେବ ବୋଲି ସୂଚନା ମିଳିଛି।ଏହି ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧ଟା ଯାଏଁ ଚାଲିବ। ପରୀକ୍ଷାର୍ଥୀମାନଙ୍କୁ ନୂଆ ଆଡମିଟ୍ କାର୍ଡ ଖୁବ୍ ଶୀଘ୍ର ଦିଆଯିବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/AIIMS.jpg)