ଅଗଷ୍ଟ ୧ରେ ନିଟ୍‌

ଭୁବନେଶ୍ବର : ମେଡ଼ିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅଗଷ୍ଟ ପହିଲାରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ଅନୁଷ୍ଠିତ ହେବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାଷାରେ ‘ପେନ୍‌ ଓ ପେପର୍‌ ମୋଡ୍‌’ରେ ଏହି ପରୀକ୍ଷା ହେବ। ଦେଶରେ ଥିବା ଅନୁମୋଦିତ/ସ୍ୱୀକୃତ ଡାକ୍ତରୀ/ଦନ୍ତସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମେଡ଼ିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ଲାଗି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏହି ପରୀକ୍ଷା ପରିଚାଳନା କରିବ। ଆବେଦନ ପ୍ରକ୍ରିୟା ଆରମ୍ଭ ହେଲେ ପରୀକ୍ଷା, ପାଠ୍ୟଖସଡ଼ା, ବୟସଗତ ଯୋଗ୍ୟତା, ସଂରକ୍ଷଣ, ସିଟ୍‌ ବର୍ଗୀକରଣ, ପରୀକ୍ଷା ଶୁଳ୍କ, ପରୀକ୍ଷା ହେବାକୁ ଥିବା ସହର, ରାଜ୍ୟ କୋଡ୍‌ ଓ ଅନ୍ୟାନ୍ୟ ସୂଚନା https://ntaneet.nic.in ରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର