୫ରେ ନିଟ୍‌, ଚିନ୍ତାରେ ପରୀକ୍ଷାର୍ଥୀ

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୫ରେ ଅନୁଷ୍ଠିତ ହେବାକୁ ଥିବା ନେସ୍‌ନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ପରୀକ୍ଷା। ଚଳିତବର୍ଷ ରେକର୍ଡ ସଂଖ୍ୟକ ୧୫ ଲକ୍ଷ ୧୯ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ଏଭଳି ସମୟରେ ଶୁକ୍ରବାର ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରେ ବାତ୍ୟା ଆଶଙ୍କା ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପରୀକ୍ଷା ହେବ କି ନାହିଁ? ଯଦି ହୁଏ ତେବେ ପରୀକ୍ଷା କେନ୍ଦ୍ରରେ କିଭଳି ପହଞ୍ଚିବେ? ଏହାକୁ ‌ନେଇ ପରୀକ୍ଷାର୍ଥୀ ଚିନ୍ତିତ ହୋଇ ପଡ଼ିଛନ୍ତି। ତେଣୁ ରାଜ୍ୟର ପ୍ରାୟ ୪୨ ହଜାର ପରୀକ୍ଷାର୍ଥୀ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କେତେଜଣ ଛାତ୍ରଛାତ୍ରୀ ଇତି ମଧ୍ୟରେ ପରୀକ୍ଷା ହେବାକୁ ଥିବା ସହରରେ ପହଞ୍ଚିସାରିଛନ୍ତି। ଭୁବନେଶ୍ବର, କଟକ ପରି ସହରରେ ହୋଟେଲ ବୁକିଂ କରି ଏବେଠାରୁ ରହୁଛନ୍ତି।

ସମ୍ବନ୍ଧିତ ଖବର