ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଆରମ୍ଭ ହୋଇଛି ନିଟ୍(ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) । ପରୀକ୍ଷା ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ହେଉଛି। ତେବେ ପୂର୍ବାହ୍ନ ୧୧ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲିଥିଲା ଏବଂ ଅପରାହ୍ଣ ସାଢ଼େ ୧ଟାରେ ବନ୍ଦ କରାଯାଇଥିଲା। ନିଟ୍ ପରୀକ୍ଷା ପାଇଁ ଓଡ଼ିଶାରେ ୮୪ଟି ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମର ପାଳନ କରାଯାଉଥିବା ପରିଲକ୍ଷିତ ହୋଇଛି। ସକାଳୁ ପରୀକ୍ଷା କେନ୍ଦରେ ପରୀକ୍ଷାର୍ଥୀମାନଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।
ଆଜି ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଭୁବନେଶ୍ବରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ କଟକର ୧୪ଟି କେନ୍ଦ୍ରରେ ୫୯୪୯, ସମ୍ବଲପୁରର ୧୪ଟି କେନ୍ଦ୍ରରେ ୪୮୮୮, ବାଲେଶ୍ବରର ୧୧ଟି କେନ୍ଦ୍ରରେ ୩୮୩୧, ବ୍ରହ୍ମପୁରର ୭ଟି କେନ୍ଦ୍ରରେ ୩୯୪୧, ରାଉରକେଲାର ୫ଟି କେନ୍ଦ୍ରରେ ୧୯୬୦ ଓ ଅନୁଗୁଳର ୨ଟି ପରୀକ୍ଷା କେନ୍ଦ୍ରରେ ୧୨୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି।
/sambad/media/post_attachments/wp-content/uploads/2020/09/neet8.jpg)
ପରୀକ୍ଷାର ସୁପରିଚାଳନା ନେଇ ନିଟ୍ର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି ଯେ ଜେଇଇ ମେନ୍ ପରି ନିଟ୍ ପାଇଁ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ୍ ରୁମ୍ ରହିବ। ଅଧିକ ତାପମାତ୍ରା ବା ଅସୁସ୍ଥ ପରୀକ୍ଷାର୍ଥୀ ସେଠାରେ ପରୀକ୍ଷା ଦେବେ। ସେମାନଙ୍କ ଲାଗି ଦୁଇଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ। ଏଥିସହ ଶାରୀରିକ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି। ଏଥର ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାକୁ କେହି ପରୀକ୍ଷକ ସ୍ପର୍ଶ କରିବେ ନାହିଁ। ଛାତ୍ରଛାତ୍ରୀ କେବଳ ଦସ୍ତଖତ କରିବେ। ପରୀକ୍ଷାର୍ଥୀଙ୍କ ସହ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଯେପରି ସୁରକ୍ଷିତ ରହିବେ, ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ଭୁବନେଶ୍ବରରେ ୩୧ଟି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷାର୍ଥୀଙ୍କ ପାଇଁ ବସ୍ ବ୍ୟବସ୍ଥା ହୋଇଛି। ୪ଟି ଜୋନ୍ରେ ୪ଜଣ ଓଏଏସ୍ ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/neet-1.jpg)