ପାରଳାଖେମୁଣ୍ଡି : ଗ୍ରୀଷ୍ମ ପୂର୍ବରୁ ପାରଳାଖେମୁଣ୍ଡି ସହରବାସୀଙ୍କୁ ଘାରିଛି ପିଇବା ପାଣି ଚିନ୍ତା। ରାଜ୍ୟ ସରକାରଙ୍କ ତରଫରୁ ସହରାଞ୍ଚଳରେ ଥିବା ଶତପ୍ରତିଶତ ଘରକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିବା ବେଳେ ପାରଳା ସହରରେ ବାସ୍ତବରେ ପାନୀୟ ଜଳଯୋଗାଣ ଲାଗି ସ୍ଥାୟୀ ବ୍ୟବସ୍ଥା ହୋଇପାରି ନାହିଁ। ଏପଟେ ମହେନ୍ଦ୍ରତନୟାରେ ଠିକ୍ ଭାବେ ଜଳସଂରକ୍ଷଣ କରାଯାଉନାହିଁ। ଯେଉଁଥିପାଇଁ ଲୋକଙ୍କୁ ଏହି ଚିନ୍ତା ଘାରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ପାନୀୟ ଜଳ ପାଇଁ ପାରଳାବାସୀ ସମ୍ପୂର୍ଣ୍ଣ ରୂପେ ମହେନ୍ଦ୍ରତନୟା ନଦୀ ଉପରେ ନିର୍ଭରଶୀଳ। ମାତ୍ର, ନଦୀଜଳକୁ ସଂରକ୍ଷିତ କରି ବ୍ୟାରେଜ୍ ନିର୍ମାଣ ଓ ବର୍ଷସାରା ପାରଳା ପୌରପାଳିକା ସମେତ ସହରତଳି ଅଞ୍ଚଳକୁ ୨୪ ଘଣ୍ଟିଆ ଜଳଯୋଗାଣ ଦିଗରେ କୌଣସି ପ୍ରକଳ୍ପ ହାତକୁ ନିଆ ଯାଇ ନାହିଁ। ପ୍ରତିବର୍ଷ ମହେନ୍ଦ୍ରତନୟା ଜଳକୁ ସଂରକ୍ଷଣ କରିବା ପାଇଁ ପ୍ରସ୍ତୁତି କରାଯାଉଛି, ମାତ୍ର ସେହି କାମ ସମ୍ପୂର୍ଣ୍ଣ ଭାବେ ନିମ୍ନମାନର ହେଉଥିବାରୁ ଜଳକୁ ସଂରକ୍ଷିତ କରି ରଖାଯାଇ ପାରୁନାହିଁ।
shutterstock.comସୂଚନା ଅନୁସାରେ, ପୁରୁଣା ପୋଲ ତଳେ ବାଲି ବସ୍ତା ପକାଇ ଜଳ ସଂରକ୍ଷଣ କରା ଯାଉଥିବା ବେଳେ ଏହାକୁ ଗତବର୍ଷ ଜନସ୍ବାସ୍ଥ୍ୟ ବିଭାଗ ସଜାଡ଼ିବାରେ ବିଫଳ ହୋଇଥିଲା। ଫଳରେ, ସହରବାସୀଙ୍କୁ ଦିନକୁ ୩୦ ମିନିଟ୍ ପାଇଁ ମଧ୍ୟ ଜଳ ଯୋଗାଣ ହୋଇପାରିନଥିଲା। ଚଳିତବର୍ଷ ମଧ୍ୟ ଏଭଳି ଅବ୍ୟବସ୍ଥା କାରଣରୁ ଗ୍ରୀଷ୍ମରେ ପୁଣି ଜଳ ସଙ୍କଟ ଉତ୍କଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2023/02/mahendra-tanaya.jpg)
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୁରୁଣା ପୋଲ ନିକଟରେ ପୂର୍ବରୁ ୫ ବସ୍ତା ଉଚ୍ଚତା ଅର୍ଥାତ ପୋଲର ହିଡ଼ ଠାରୁ ୪ ଫୁଟ ପର୍ଯ୍ୟନ୍ତ ଉଚ୍ଚ କରାଯାଉଥିଲା। ପୋଲ ତଳକୁ ୫ ଫୁଟରୁ ଅଧିକ ଗାତ ଥିବାରୁ ଖରାଦିନ ସାରା ୧୦ ଫୁଟ ପାଣି ରହୁଥିଲା। ତେବେ, କିଛିବର୍ଷ ହେଲା ହିଡ଼ରେ ପଙ୍କ ଜମିବା, ମାଟି ଭରି ହୋଇ ଚାଲିବା ଯୋଗୁଁ ତଳସ୍ତର ଢେପ ହୋଇଯାଇଛି। ଏବେଠାରୁ ଯଦି ଅସ୍ଥାୟୀ ହିଡ଼ର ଉଚ୍ଚତା ବଢ଼ା ନଯାଏ, ତା’ହେଲେ ପୁଣିଥରେ ଜଳସଙ୍କଟ ଦେଖାଦେବାର ସାମ୍ଭାବନା ରହିଛି ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Mahendratanaya-Water-Reserve_Punashca-Pruthibi_Thumbnail-1.jpg)