ଅବହେଳିତ ବାଲିବୋ ପ୍ରାଣୀ ଚିକିତ୍ସାଳୟ ୧୦ ବର୍ଷ ହେଲା ନାହାନ୍ତି ପ୍ରାଣୀ ନିରୀକ୍ଷକ

ବାଲିବୋ ; ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ପଞ୍ଚାୟତରେ ଏକ ସରକାରୀ ପ୍ରାଣୀ ଚିକିତ୍ସାଳୟ ଅଛି। ହେଲେ ବଡ଼ ଦୁଃଖର ବିଷୟ ଯେ, ସେଠାରେ କୈାଣସି ପ୍ରାଣୀ ନିରୀକ୍ଷକଙ୍କୁ ନିଯୁକ୍ତି କରାଯାଇ ନାହିଁ । ଦୀର୍ଘ ୧୦ ବର୍ଷ ପରେ ବି ଏଥିପ୍ରତି ସରକାରଙ୍କର କୌଣସି ଦୃଷ୍ଟି ପଡୁନାହିଁ । ପ୍ରାଣୀ ନିରୀକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ବହୁ ଗୃହପାଳିତ ପ୍ରାଣ ସାମାନ୍ୟ ରୋଗରେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ବିଜେଡି ନେତା ଶ୍ରୀବତ୍ସ ଦାଶ କରିଛନ୍ତି ଯେ, ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବା ଉଚିତ।

ସମ୍ବନ୍ଧିତ ଖବର