ଏ କି ପ୍ରକାର ଶିକ୍ଷାଦାନ! କୋଭିଡ ନିୟମ ଉଲ୍ଲଙ୍ଘନ କରି କୁନିକୁନି ପିଲାଙ୍କୁ ଦିଆ ଯାଉଛି ରାସ୍ତା ଉପରେ ଶିକ୍ଷାଦାନ 

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ ଚାଲିଛି ଭିନ୍ନ ଧରଣର ଶିକ୍ଷାଦାନ। କୁନିକୁନି ପିଲାଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ କରାଯାଇ ଗାଁ ଦାଣ୍ଡ, ଗଛ ମୂଳ, ପରିତ୍ୟକ୍ତ ଗୃହ , ଖୋଲା ପଡିଆ, ଓ ଗାଈ ଗୁହାଳ ଥିବା ପରି ସ୍ଥାନରେ ଶିକ୍ଷାଦାନ କରାଯାଉଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପୂର୍ବ ପିଲାଙ୍କୁ ପ୍ରସ୍ତୁତ କରି ରଖିବାକୁ ଦୁଇଦିନ ତଳେ ଜିଲ୍ଲା ଆଭାସ ବୈଠକରେ ବିଇଓମାନଙ୍କୁ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଡାବୁଗାଁ ବ୍ଲକର ଶିକ୍ଷକମାନେ କୁନିକୁନି ପିଲାଙ୍କୁ ଏଭଳି ଶିକ୍ଷାଦାନ କରୁଛନ୍ତି ।

ଏ ନେଇ ଡାବୁଗାଁ ଏବିଇଓ ସମର ଭୌମିକଙ୍କୁ ଯୋଗାଯୋଗ କରିବା ପରେେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମୌଖିକ ନିର୍ଦ୍ଦେଶ ପରେ ପିଲାଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଶିକ୍ଷକମାନଙ୍କ ସହ ଯୋଗସୂତ୍ର ପାଇଁ ଏହି ପଦକ୍ଷେପ ନିଆଯାଇଥିବା କହିବା ସହ ଏହା ମୌଖିକ ନିର୍ଦ୍ଦେଶ ଥିବା କହିଥିଲେ । ତେବେ ବର୍ତ୍ତମାନ ଜିଲ୍ଲାରେ କରୋନାର ପ୍ରକୋପ କମ ଥିଲେ ସୁଦ୍ଧା ରାଜ୍ୟ ସରକାର କିମ୍ବା ଜିଲ୍ଲାପାଳ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ କୌଣସି ନିର୍ଦ୍ଦେଶ ଜାରି କରି ନ ଥିବା ବେଳେ ବ୍ଲକ ଶିକ୍ଷା ବିଭାଗ ତରଫରୁ ଶିକ୍ଷକମାନଙ୍କୁ ବିଭିନ୍ନ ୱାଟ୍ସ ଆପ ଗ୍ରୁପରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ମୌଖିକ ନିର୍ଦ୍ଦେଶ ପରେ ଗତ ଦୁଇଦିନ ହେଲା ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି ।

ତେବେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ସରକାରୀ ନିର୍ଦ୍ଦେଶ ନ ଥିବା ବେଳେ ପିଲାଙ୍କୁ ଟାଇଁ ଟାଇଁ ଖରାରେ ଗାଁ ମୁଖ୍ୟ ରାସ୍ତା, ଗଛ ମୂଳ, ପରିତ୍ୟକ୍ତ ଗୃହ, ଖୋଲା ପଡିଆ ଓ ଗାଈ ଗୁହାଳ ପରି ଥିବା ସ୍ଥାନ ମାନଙ୍କରେ ଶିକ୍ଷାଦାନ କରାଯାଉଥିବା ଦେଖିବାକୁ ମିଳିଛି ` ଆଦିବାସୀ ବହୁଳ ଡାବୁଗାଁ ବ୍ଲକରେ ପ୍ରାଥମିକ ବିଦ୍ୟାଳୟର ପିଲା କରୋନ ନେଇ ସଚେତନ ନ ଥିବା ବେଳେ ବିନା ମାସ୍କରେ ସାମାଜିକ ଦୂରତା ରକ୍ଷା କରା ନ ଯାଇ ଶିକ୍ଷାଦାନ କରାଯାଉଛି ।`ତେବେ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଏହା କି ପ୍ରକାର ଶିକ୍ଷାଦାନ ବୋଲି ସାଧାରଣରେ ଆଲୋଚନା ଜୋର୍ ଧରିଛି ।

ସମ୍ବନ୍ଧିତ ଖବର