ରାଉରକେଲା: ଜନ୍ମଦିନ ପାର୍ଟିରେ ସାମାନ୍ୟ ବଚସାରୁ ପଡ଼ୋଶୀଙ୍କୁ ଜଣେ ବ୍ୟକ୍ତି ଲୁହା ଛଡ଼ରେ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତ ପଡ଼ୋଶୀ ହେଲେ ସୁନ୍ଦରଗଡ଼ ଜିଲ୍ଲାର ପୁରୁଣାପାଣି କଦମଟୋଲୀର ଜୁଏଲ ସୁରିନ (୨୭)। ହାତୀବାରି ଥାନା ପୁଲିସ ହତ୍ୟାକାରୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ପୁଲିସl
ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଜୁଏଲଙ୍କ ପଡ଼ୋଶୀଙ୍କର ଜନ୍ମଦିନ ପାର୍ଟି ଥିଲା। ବସ୍ତିର ଶତାଧିକ ଲୋକ ପାର୍ଟିରେ ଯୋଗ ଦେଇଥିଲେl ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତ ଚାଲିଥିଲା। କୌଣସି କଥାକୁ କେନ୍ଦ୍ର କରି ଜୁଏଲ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପଡ଼ୋଶୀଜଣକ ଜୁଏଲଙ୍କୁ ଲୁହା ଛଡ଼ରେ ଆକ୍ରମଣ କରିଥିଲେ।
ଜୁଏଲ ଗୁରୁତର ହୋଇ ପଡ଼ିଯିବା ପରେ ପଡ଼ୋଶୀଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜୁଏଲଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/rgh.jpg)