କାମାକ୍ଷାନଗର: କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଠେଙ୍ଗା ଓ ବିଧା ଗୋଇଠା ମାଡ଼ରେ ଜଣଙ୍କୁ ହତ୍ୟା କରାଯାଇଛି। ସ୍ୱାମୀ ସ୍ତ୍ରୀଙ୍କ କଳହ ଚାଲିଥିବା ବେଳେ ପଡ଼ୋଶୀ ପ୍ରତିବାଦ କରିବାରୁ ଠେଙ୍ଗାରେ ମାଡ଼ ସହିତ ବିଧା ଗୋଇଠା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ନିର ଭୁତିଆଙ୍କ ମାଡ଼ରେ ସେହି ଗାଁର ପଡୋଶୀ ରୋହିତ ପଧାନ (୪୨ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ, ଖମାର ଅଞ୍ଚଳର ନିର ଭୁତିଆ ବାଉଁଶପାଳ ଶବର ସାହିରେ ଶଶୁର ଘରେ ରହୁଥିଲେ। ସବୁବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। କଳହ ଲାଗିଥିବା ବେଳେ ପଡୋଶୀ ରୋହିତ ପଧାନ କହିଥିଲେ କାହିଁକି କଳହ କରୁଛ। ଏତିକିରେ ନିର ଠେଙ୍ଗାରେ ଆକ୍ରମଣ କରିଥିଲା, ଯାହାଫଳରେ ରୋହିତ ଗୁରୁତର ଆହତ ହୋଇ କାମାକ୍ଷାନଗର ମେଡ଼ିକାଲକୁ ଆସିବା ବେଳକୁ ଏଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଅଭିଯୁକ୍ତକୁ ନିରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Neighour-Dies-While-Entering-Husband-Wifes-Fighting_Thumbnail.jpg)