ଶ୍ରୀମନ୍ଦିରରେ ନେପାଳ ସେନା ମୁଖ୍ୟ

ପୁରୀ : ନେପାଳ ସେନା ମୁଖ୍ୟ ଜେନେରାଲ୍‌ ରାଜେନ୍ଦ୍ର ଛେତ୍ରୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ବେଢ଼ା ବୁଲିବା ସହ ତିନି ଠାକୁର ଓ ମା ଲକ୍ଷ୍ମୀଙ୍କୁ ଦର୍ଶନ କରି କୃପାଲାଭ କରିଛନ୍ତି। ଆଜି ସ୍ୱତନ୍ତ୍ର ବିମାନରେ ପୁରୀଠାରେ ପହଞ୍ଚିବା ପରେ ଶ୍ରୀ ଛେତ୍ରୀ ପୂର୍ବାହ୍‌ଣ ପ୍ରାୟ ୧୧ଟା ୧୫ ମିନିଟ୍‌ରେ ଶ୍ରୀମନ୍ଦିରଠାରେ ପହଞ୍ଚିଥିଲେ। ପ୍ରାୟ ୪୦ ମିନିଟ୍‌ ଶ୍ରୀମନ୍ଦିର ପରିସରରେ ରହିବା ପରେ ପୂର୍ବାହ୍‌ଣ ୧୧ଟା ୫୫ ମିନିଟ୍‌ରେ ଶ୍ରୀମନ୍ଦିର ଛାଡ଼ିଥିଲେ।

ସମ୍ବନ୍ଧିତ ଖବର