ପୁରୀ: ୨୫ତମ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ପଟ୍ଟାଭିଷେକ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୋଗଦେବା ପାଇଁ ଆଜି ସକାଳ ୯ଟା ପରେ ଗୋବର୍ଦ୍ଧନପୀଠରେ ପହଞ୍ଚିଛନ୍ତି ନେପାଳ ରାଜା। ଉଦ୍ଘାଟନୀ ଉତ୍ସବ ଆରମ୍ଭ ପୂର୍ବରୁ ସେ ଜଗଦ୍ଗୁରୁଙ୍କୁ ଶାଳଗ୍ରାମ, ରୁଦ୍ରାକ୍ଷମାଳା ଏବଂ ସ୍ୱତନ୍ତ୍ର ସ୍ୱର୍ଣ୍ଣମୁଦ୍ରା ଆଦି ଉପଢ଼ୈକନ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରାୟ ଦୁଇଘଣ୍ଟା ଧରି ଚାଲିବ।
ପରେ ନେପାଳ ନରେଶ ଶ୍ରୀମନ୍ଦିର ଯାଇ ଦିଅଁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/nepal-2.jpg)