ଦୁଇ ଦାଦାଙ୍କ ଠେଙ୍ଗା ମାଡ଼ରେ ଚାଲିଗଲା ପୁତୁରାର ପ୍ରାଣ, ଦୁଇ ଅଭିଯୁକ୍ତ ଥାନାରେ ଅଟକ

ଫୁଲବାଣୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶରେ ଲକ୍‌ଡାଉନ୍‌ । ଆଜି ବି ସମଗ୍ର କନ୍ଧମାଳ ଗାଁରୁ ସହର ସବୁଠି ଶୂନ୍‌ଶାନ୍‌। କରୋନା କଟକଣାକୁ କଡ଼ାକଡ଼ି କରିବା ନିମନ୍ତେ ଜିଲ୍ଲାର ୭ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଛି। ହେଲେ ତା’ଭିତରେ ଘଟିଛି ଏକ ଅଘଟଣ। ଦୁଇ ଦାଦାଙ୍କ ଠେଙ୍ଗା ମାଡ଼ରେ ପୁତୁରାର ପ୍ରାଣହାନି ଘଟଣା କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ସଦର ଥାନା ଅନ୍ତର୍ଗତ ରାମାଡି ଗାଁରେ ଏହି ଘଟଣା ଘଟିଛି।

ଆଜି ଭୋର ୪ଟା ସମୟରେ ପୁତୁରା ଅଶୋକ ବେହେରାକୁ  ଦୁଇ ଅଭିଯୁକ୍ତ ଦାଦା ବିଶ୍ବମ୍ବର ବେହେରା ଓ ଦଳଙ୍ଗ ବେହେରା ଠେଙ୍ଗାରେ ଆକ୍ରମଣ କରିଥିଲେ। ସେଦୁହେଁ ଏତେ ଜୋରରେ   ଠେଙ୍ଗା ମାଡ଼ ଦେଇଥିଲେ ଯେ ଘଟଣାସ୍ଥଳରେ ଅଶୋକ ବେହେରା ଲହୁଲୁହାଣ ହୋଇଯାଇଥିଲେ। ଅଶୋକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ। ସେମାନେ ଅଶୋକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଅଶୋକ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର