ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ସୁହାଗପୁର ରାଣୀଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଭଣଜାର ମୃତ୍ୟୁ ଘଟିଥିବା ବେଳେ ମାମୁ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ସୁହାଗପୁରର ଅଭୟ ଲୋହାର। ପ୍ରାପ୍ତ ସୂଚନା ଅନୁସାରେ, ଦଳେଇପଶିର ସୁମନ୍ତ ଲୋହାର ଏବଂ ତାଙ୍କ ଭଣଜା ଅଭୟ ଆଜି ଏକ ବାଇକ୍ରେ ଯାଉଥିବା ବେଳେ ସୁହାଗପୁର ରାଣୀଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲେ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଡାକ୍ତର ଅଭୟଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସୁମନ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/dead.jpg)