ରାଜ୍ୟର ଖ୍ୟାତନାମା ନେଫ୍ରୋଲୋଜିଷ୍ଟ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କ ପରଲୋକ

କଟକ: ଏସ୍‌ସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଡାକ୍ତର କରଙ୍କ ଫୁସ୍‌ଫୁସ୍‌ରେ ଗୁରୁତର ସ˚କ୍ରମଣ ହେବାରୁ ଗତମାସରେ ତାଙ୍କୁ ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ ହସ୍ପିଟାଲକୁ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ଏକ୍‌ମୋ ଚିକିତ୍ସା ଚାଲିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ସେଥିପାଇଁ ଫୁସ୍‌ଫୁସ୍‌ ପ୍ରତିରୋପଣ ଯୋଜନାକୁ ବାତିଲ କରାଯାଇଥିଲା। ହେଲେ ଗତକାଲି ସଂଧ୍ୟା ପରଠାରୁ ଡା.କରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାକୁ ଲାଗିଥିଲା। ଆଜି ସ˚ଧ୍ୟା ପ୍ରାୟ ସାଢେ ୫ଟା ବେଳକୁ ତାଙ୍କର ପରଲୋକ ହୋଇଯାଇଥିଲା।

ସୂଚନା ଅନୁସାରେ ଏସ୍‌ସିବି ଆଉଟଡୋରରେ ରୋଗୀ ଦେଖିବାବେଳେ ଡାକ୍ତର କର ସିଧାସଳଖ କରୋନା ଆକ୍ରାନ୍ତଙ୍କ ସ˚ସ୍ପର୍ଶରେ ଆସିଥିଲେ। ପରେ କରୋନା ରୋଗୀଙ୍କ ଡାଏଲିସିସ୍‌ କରିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। ପରୀକ୍ଷା କରାଯିବା ପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ତାଙ୍କୁ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ଲାଜ୍‌ମା ଦିଆଯିବା ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ମଧ୍ୟ କିଛି ଦିନ ପରେ ପୁଣି ଦେଖ ଖରାପ ହୋଇଥିଲା। ଫୁସ୍‌ଫୁସ୍‌ ସ˚କ୍ରମଣ ଦେଖାଦେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ରଖାଯାଇ ଚିକିତ୍ସା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଜ୍ୟ ବାହାରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଡକାଯାଇ ଚିକିତ୍ସା କରାଯାଉଥିଲା। ଏପରିକି ଡାକ୍ତର କରଙ୍କ ବନ୍ଧୁ ଓ ଶୁଭେଚ୍ଛୁମାନେ ତାଙ୍କର ଆରୋଗ୍ୟ ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ।

ତେବେ ଫୁସ୍‌ଫୁସ୍‌ ଅଧିକ ସ˚କ୍ରମିତ ହୋଇଯାଇଥିବାରୁ ଏହାର ପ୍ରତିରୋପଣ କରାଯିବା ଆବଶ୍ୟକତା ରହିଥିବା ଡାକ୍ତରମାନେ ବିଚାର କରିଥିଲେ। ଯେଉଁଥିପାଇଁ ଅକ୍ଟୋବର ୭ ତାରିଖରେ ତାଙ୍କୁ ଭୁବନେଶ୍ବରରୁ ଚେନ୍ନାଇ ଏମ୍‌ଜିଏମ୍‌ ହସ୍‌ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ଏକ୍‌ମୋ ଚିକିତ୍ସା ଆରମ୍ଭ କରାଯିବାରୁ ଡାକ୍ତର କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ତେଣୁ ପ୍ରତିରୋପଣ ଯୋଜନାକୁ ବନ୍ଦ ରଖାଯାଇଥିଲା। ହେଲେ ଗତକାଲି ସ˚ଧ୍ୟାପରଠୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହ ଶୁକ୍ରବାର ଦେହାନ୍ତ ହୋଇଯାଇଛି।

ସମ୍ବନ୍ଧିତ ଖବର