ବାତ୍ୟା ମୁକାବିଲା ନେଇ ଶକ୍ତିମନ୍ତ୍ରୀଙ୍କ ସମୀକ୍ଷା: ୨୪ ଘଣ୍ଟାରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ରେ ଆସନ୍ତା ଦିନରେ ପ୍ରଭାବିତ ହେବାକୁ ଥିବା ଉପକୂଳ ଜିଲ୍ଲାମାନଙ୍କରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେଲେ ୨୪ ଘଣ୍ଟା ଭିତରେ ପୁନରୁଦ୍ଧାର କରାଯିବା। ଆଜି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ଅଧିକାରୀ, ବଣ୍ଟନ କମ୍ପାନିଙ୍କ ସହି ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିବା ଅବସରରେ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସାମୁଦ୍ରିକ ଝଡ଼ ‘ୟାସ୍‌’ର ମୁକାବିଲା କରିବା ପାଇଁ ଶକ୍ତି ବିଭାଗ ସବୁ ପ୍ରକାର ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଆସନ୍ତାକାଲିଠାରୁ ବିଦ୍ୟୁତ କମ୍ପାନି, ଓପିଟିସିଏଲ୍‌ ତରଫରୁ ବୈଦୁତିକ ଓ ମୁଦ୍ରିତ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜ୍ଞାପନ ପ୍ରକାଶ କରାଯିବ। କମ୍ପାନିର ମୁଖ୍ୟ ପରିଚାଳକମାନଙ୍କୁ ସାଟେଲାଇଟ୍‌ ଫୋନ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରି ଧଳ, ଗ୍ରିଡକୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା, ନିର୍ଦ୍ଦେଶକ (ଅର୍ଥ) ଗଗନ ବିହାରୀ ସ୍ବାଇଁ, ନୋଡାଲ ଅଧିକାରୀ, ଓପିଟିସିଏଲଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଅନ୍ୟ ପଦାଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର