ଉପାସ ରହି ବିଲ ବାନ୍ଧିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କଲା ନେସ୍କୋ

ଭଦ୍ରକ: ବକେୟା ବିଦ୍ୟୁତ ବିଲ ଉପଭୋକ୍ତାଙ୍କ ଲାଇନ କଟାଯିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ନିଷ୍ପତ୍ତି ଆସିବା ପରେ ଏବେ ବିଦ୍ୟୁତ ବିଲ ଭରିବା ପାଇଁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତ ସପ୍ତାହରେ ଏଭଳି ସ୍ଥିତିରେ ଜଣେ ଅସହାୟ ବ୍ୟକ୍ତି କାର୍ତ୍ତିକ ନାଥ ଦୁଇ ହଜାର ୫ଶହ ଟଙ୍କାର ବିଦ୍ୟୁତ ବିଲ ପଇଠ କରିଥିଲେ । ଏହାପରେ ନେସ୍କୋାର କର୍ମଚାରୀ ଆଜି କାର୍ତ୍ତିକ ନାଥଙ୍କ ଘରକୁ ଯାଇ ତାଙ୍କୁ ସମ୍ବର୍ଧନା ସମ୍ବର୍ଦ୍ଧନା ଦେଇଛନ୍ତି । ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଜଣେ ଅସହାୟ ବ୍ୟକ୍ତି କାର୍ତିକ ନାଥ ଦୁଇ ହଜାର ୫ଶହ ଟଙ୍କାର ବିଦ୍ୟୁତ ବିଲ ପଇଠ କରିଥିଲେ ।

ଏଠାରେ ସୂଚନା ଥାଉ କି ବଡ଼ ବଡ଼ିଆ ଲୋକ ଠିକ୍ ସମୟରେ ବିଲ ଦେଉନଥିବା ବେଳେ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିବା କାର୍ତ୍ତିକ ନାଥ ବିଦ୍ୟୁତ ବିଲ ପୈଠ କରି ଲୋକଙ୍କୁ ସଚେତନ କରାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଭଦ୍ରକ ସହର ନିକଟସ୍ଥ ଉତ୍ତର ବାହିନୀ ସରିପୁର ଗାଁର କାର୍ତ୍ତିକ ନାଥ ନାଥ ଭିକ୍ଷା ବୃତ୍ତି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଗାଁ ଗାଁ ବୁଲି ଭିକ୍ଷା ମାଗି ପରିବାରର ୮ ଜଣଙ୍କ ପେଟ ପୋଷିଥାନ୍ତି | ତେବେ କାର୍ତ୍ତିକଙ୍କର ଅଢେଇ ହଜାର ଟଙ୍କାର ବିଦ୍ୟୁତ ବିଲ ବକେୟା ଥିଲା |

ବିଦ୍ୟୁତ କଟିଯିବା ଭୟରେ ନିଜ ପରିବାର ଲୋକଙ୍କ ପେଟ ଉପାସ ରଖି ଅଢେଇ ହଜାର ଟଙ୍କା ନେଇ ବିଦ୍ୟୁତ କାର୍ଯ୍ୟାଳୟରେ ଜମା କରିଥିଲେ । ବିଦ୍ୟୁତ ବିଲ ଭରଣା କରି ଜଣେ ବିଦ୍ୟୁତ ଉପଭୋକ୍ତାଙ୍କର ଧର୍ମ ପାଳନ କରିଛନ୍ତି କାର୍ତ୍ତିକ | କାର୍ତ୍ତିକଙ୍କର ଏଭଳି ପଦକ୍ଷେପକୁ ନେସ୍କୋ କର୍ମଚାରୀ ସ୍ୱାଗତ କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧିତ ଖବର