ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ନାଇଜର)ରେ ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷାର ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ବିଭାଗୀୟ ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା ଆଜି ନାଇଜର କୁଳସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ବହୁ ସଂଖ୍ୟକ ଛାତ୍ରଛାତ୍ରୀ ନିର୍ଧାରିତ ସମୟ ମେ’ ୨୧ ସୁଦ୍ଧା ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(ନେଷ୍ଟ) ଲାଗି ଅନ୍ଲାଇନ୍ ଆବେଦନ କରିପାରି ନାହାନ୍ତି। ସେମାନଙ୍କ ଅଭିଭାବକମାନେ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆବେଦନ ସମୟ ସୀମାକୁ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନିଆଯାଉ।
ନେଷ୍ଟ ଆବେଦନ ସମୟ ସୀମା ବଢ଼ାଇବାକୁ ନିବେଦନ
/sambad/media/post_attachments/wp-content/uploads/2021/07/NEST-2021.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)