‘ନେଷ୍ଟ’ ଫଳ ପ୍ରକାଶିତ: ପ୍ରଣୟ ଦେ ସର୍ବଭାରତୀୟ ଟପ୍ପର, କାହ୍ନା ଜୈନ ଓଡ଼ିଶା ଟପ୍ପର
ଭୁବନେଶ୍ୱର: ନ୍ୟାସ୍ନାଲ ଇଷ୍ଟିଚ୍ୟୁଟ୍ ଆଇ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ନାଇଜର)ରେ ନାମ ଲେଖା ପାଇଁ ନେଷ୍ଟ (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ସର୍ବଭାରତୀୟ ସ୍ତରରେ ପଶ୍ଚିମବଙ୍ଗର ପ୍ରଣୟ ଦେ ଟପ୍ପର ହୋଇଥିବା ବେଳେ ଭୁବନେଶ୍ୱରର କାହ୍ନା ଜୈନ ଓଡ଼ିଶା ଟପ୍ପର ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୨୨ ଜଣ ଅଛନ୍ତି। ସେହିପରି ୧୭୭୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନେଷ୍ଟ ପାଇଁ ୫୩ ହଜାର ୪୫୦ ପିଲା ଆବେଦନ କରିଥିଲେ ବୋଲି ନେଷ୍ଟ ସଂଯୋଜକ ହିମାଂଶୁ ବିଶ୍ୱାଳ ସୂଚନା ଦେଇଛନ୍ତି।