କଟକ: ନେତାଜୀ ବସ ଟର୍ମିନାଲ ଆସନ୍ତାକାଲି (ଶନିବାର) ଉଦଘାଟିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍‌ଷ୍ଟାଣ୍ଡକୁ ଆସନ୍ତାକାଲି ଅପରାହ୍ନ ସାଢେ ଚାରିଟା ସମୟରେ କଟକ ଆସି ଉଦଘାଟନ କରିବେ। ଏଥି ପାଇଁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। କଟକ ସନସାଇନ ପଡିଆ ଠାରେ ହେଲିପ୍ୟାଡ଼ ବ୍ୟବସ୍ଥା କରାଯାଇଥିବା ସହ ହେଲିପ୍ୟାଡ଼ ରୁଟ ଲାଇନଲିଙ୍ଗ ଏବଂ ସଭାସ୍ଥଳ ନିକଟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି କାରକେଡ଼ ଅଭ୍ୟାସ କରାଯାଛି। ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ୧୦୦ ପୁଲିସ ଅଧିକାରୀ ମୁତୟନ ରହିବେ। ଉଦଘାଟନୀ ଭିଡ଼ ନିୟନ୍ତ୍ରଣ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Advertisment

publive-image