ଭୁବନେଶ୍ବର: ରାଜ୍ୟରେ ଆଜି ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି ।
22. Puri: 17
23. Rayagada: 38
24. Sambalpur: 93
25. Sonepur: 6
26. Sundargarh: 46New Recoveries: 681
Cumulative Tested: 556588
Positive: 36297
Recovered: 21954
Active Cases: 14095— I & PR Department, Odisha (@IPR_Odisha) August 3, 2020
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାରୁ ୨୧୧, କୋରାପୁଟ ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୯୩ , କଟକ ଜିଲ୍ଲାରୁ ୮୯, ବାଲେଶ୍ବର ଜିଲ୍ଲାରୁ ୭୯, ଗଜପତି ଜିଲ୍ଲାରୁ ୬୧, ବଲାଙ୍ଗିର ଜିଲ୍ଲାରୁ ୫,୧ ସୁନ୍ଦରଗଡ଼ ଜିଲ୍ଲାରୁ ୪୬, ମାଲକାନଗିରି ଜିଲ୍ଲାରୁ ୩୯, ରାୟଗଡ଼ା ଜିଲ୍ଲାରୁ ୩୮, ବରଗଡ଼ ଜିଲ୍ଲାରୁ ୩୩, ମୟୂରଭଞ୍ଜ ଜିଲ୍ଲାରୁ ୨୯, ନବରଙ୍ଗପୁର ଜିଲ୍ଲାରୁ ୨୬, ଭଦ୍ରକ ଜିଲ୍ଲାରୁ ୨୫, ଜଗତସିଂହପୁର ଓ ନୟାଗଡ଼ରୁ ୨୨ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୮, ପୁରୀ ଜିଲ୍ଲାରୁ ୧୭, ଅନୁଗୁଳ ଜିଲ୍ଲାରୁ ୧୩, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୭, ସୁବର୍ଣ୍ଣପୁର ଜିଲ୍ଲାରୁ ୬, ନୂଆପଡ଼ା ଜିଲ୍ଲାରୁ ୫, କଳାହାଣ୍ଡି ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି।