ପୁଣି ୧୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୪୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି ପାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୨୧୮, ସମ୍ବଲପୁରରୁ ୧୬୮, ସୁନ୍ଦରଗଡ଼ରୁ ୧୨୬, ଢେଙ୍କାନାଳରୁ ୧୦୭, କଟକରୁ ୭୨, ଭଦ୍ରକରୁ ୭୦, କୋରାପୁଟରୁ ୬୭, ବଲାଙ୍ଗୀରରୁ ୫୯, ବାଲେଶ୍ବରରୁ ୪୩, ମାଲକାନଗିରିରୁ ୩୮, ଯାଜପୁରରୁ ୩୩, ନୟାଗଡ଼ରୁ ୩୨, ଗଜପତି ଓ କଳାହାଣ୍ଡିରୁ ୩୧ ଜଣ ଲେଖାଏଁ, ରାୟଗଡ଼ାରୁ ୨୭, ପୁରୀରୁ ୨୬, ନବରଙ୍ଗପୁରରୁ ୨୩ , ଜଗତସିଂହପୁର ଓ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୭ ଜଣ ଲେଖାଏଁ, ବରଗଡ଼ରୁ ୧୦, ଝାରସୁଗୁଡ଼ାରୁ ୯, ଅନୁଗୁଳ ଜିଲ୍ଲାରୁ ୮ଜଣ, ବୌଦ୍ଧରୁ ୭, କେନ୍ଦୁଝର ଓ ସୋନପୁର ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସଂଖ୍ୟାରେ ଆଜି ପୁଣି ଥରେ ଖୋର୍ଦ୍ଧାକୁ ପଛରେ ପକାଇଛି ପୁଣି ଗଞ୍ଜାମ ଜିଲ୍ଲା। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୩୧,୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୩୪ ରହିଛି।

ସମ୍ବନ୍ଧିତ ଖବର