ଭୁବନେଶ୍ବର: ଆଜି ରାଜ୍ୟରେ ୧୬୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୧୮ ଓ ସ୍ଥାନୀୟ ଅଞ୍ଚଳରୁ ୬୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩କୁ ବୃଦ୍ଧି ପାଇଛି।
22. Nawarangpur: 5
23. Nayagarh: 40
24. Nuapada: 1
25. Puri: 92
26. Rayagada: 136
27. Sambalpur: 112
28. Sundargarh: 118New Recoveries: 1810
Cumulative Tested: 634090
Positive: 44193
Recovered: 28697
Active Cases: 15189— I & PR Department, Odisha (@IPR_Odisha) August 8, 2020
ଆଜି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ସମାନସଂଖ୍ୟକ ସର୍ବାଧିକ ୨୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୮, କଟକ ଜିଲ୍ଲାରୁ ୯୮, ସମ୍ବଲପୁର ଜିଲ୍ଲାରୁ ୧୧୨, ରାୟଗଡ଼ା ଜିଲ୍ଲାରୁ ୧୩୬, ପୁରୀ ଜିଲ୍ଲାରୁ ୯୨, ନବରଙ୍ଗପୁର ଜିଲ୍ଲାରୁ ୫, ନୂଆପଡ଼ା ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୪୦, ଅନୁଗୁଳ ଜିଲ୍ଲାରୁ ୧୬, ବାଲେଶ୍ୱର ଜିଲ୍ଲାରୁ ୭୩, ବରଗଡ଼ ଜିଲ୍ଲାରୁ ୭, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୪୩, ବୌଦ୍ଧ ଜିଲ୍ଲାରୁ ୭, ଢେଙ୍କାନାଳ ଜିଲ୍ଲାରୁ ୩୬, ଗଜପତି ଜିଲ୍ଲାରୁ ୩୫, ଜଗତସିଂହପୁର ଜିଲ୍ଲାରୁ ୨୧, ଯାଜପୁର ଜିଲ୍ଲାରୁ ୩୬, ଝାରସୁଗୁଡ଼ା ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୩୦, କନ୍ଧମାଳ ଜିଲ୍ଲାରୁ ୫୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୩, କୋରାପୁଟ ଜିଲ୍ଲାରୁ ୫୦, ମାଲକାନଗିରି ଜିଲ୍ଲାରୁ ୨୭ ଓ ମୟୂରଭଞ୍ଜ ଜିଲ୍ଲାରୁ ୩୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୮୬୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୧୮୯ରହିଛି।