ପୁଣି ଥରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ଆଜି ୧୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୭୫ ଓ ସ୍ଥାନୀୟ ଅଞ୍ଚଳରୁ ୬୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ, ଗଞ୍ଜାମ ଜିଲ୍ଲାରୁ ୨୨୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ପୁଣି ଥରେ ଗଞ୍ଜାମ ଜିଲ୍ଲାକୁ ଟପିଛି ଖୋର୍ଦ୍ଧା ଜିଲ୍ଲା।

 ଅନୁଗୁଳରୁ ୪, ବାଲେଶ୍ବର ଜିଲ୍ଲାରୁ ୭୩, ବରଗଡ଼ ଜିଲ୍ଲାରୁ ୫୧, ଭଦ୍ରକ ଜିଲ୍ଲାରୁ ୫୮, ବଲାଙ୍ଗୀର ଜିଲ୍ଲାରୁ ୬, କଟକ ଜିଲ୍ଲାରୁ ୧୭୭,  ଦେବଗଡ଼ ଜିଲ୍ଲାରୁ ୫, ଢେଙ୍କାନାଳ ଜିଲ୍ଲାରୁ ୨୯, ଗଜପତି ଜିଲ୍ଲାରୁ ୮୫, ଜଗତସିଂହପୁର ଜିଲ୍ଲାରୁ ୧୨, ଯାଜପୁର ଜିଲ୍ଲାରୁ ୩୮, ଝାରସୁଗୁଡ଼ା ଜିଲ୍ଲାରୁ ୬, କଳାହାଣ୍ଡି ଜିଲ୍ଲାରୁ ୨୪, କନ୍ଧମାଳ ଜିଲ୍ଲାରୁ ୫୯, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨, କେନ୍ଦୁଝର ଜିଲ୍ଲାରୁ ୨୭, କୋରାପୁଟ ଜିଲ୍ଲାରୁ ୬୦,  ମାଲକାନଗିରି ଜିଲ୍ଲାରୁ ୫୨, ମୟୂରଭଞ୍ଜ ଜିଲ୍ଲାରୁ ୩୫,  ନବରଙ୍ଗପୁର ଜିଲ୍ଲାରୁ ୧୩, ନୟାଗଡ଼ ଜିଲ୍ଲାରୁ ୧୦୬, ନୂଆପଡ଼ା ଜିଲ୍ଲାରୁ ୨୨, ପୁରୀ ଜିଲ୍ଲାରୁ ୫୫,  ରାୟଗଡ଼ା ଜିଲ୍ଲାରୁ ୧୪, ସୁବର୍ଣ୍ଣପୁର ଜିଲ୍ଲାରୁ ୧୩ ଓ  ସୁନ୍ଦରଗଡ଼ ଜିଲ୍ଲାରୁ ୧୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୩୦,୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୬୫ ରହିଛି।

ସମ୍ବନ୍ଧିତ ଖବର